ପୁରୀ ରେ ଅଟୋ ବାଲା ଛାନିଆ
– ପୁରୀ ଆଞ୍ଚଳିକ ପରିବହନ ଓ ପୋଲିସ ବିଭାଗ ପକ୍ଷରୁ ମିଳିତ ଚଢାଉ– ୫ ଗୋଟି ଅଟୋ କୁ ସିଜ କରାଗଲା— ପୁରୀ – ୦୪-୦୫- ପୁରୀ ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଓ ଏସପି ପିନାକ ମିଶ୍ର ଙ୍କ ନିର୍ଦ୍ଦେଶ କ୍ରମେ ଗତ କାଲି ସନ୍ଧ୍ୟାରେ ପୁରୀ ସହର ର ସି ବିଚ୍ ଅଞ୍ଚଳ ରେ ଆର ଟି ଓ ଏବଂ ପୋଲିସ ବିଭାଗ ପକ୍ଷ ରୁ ଅଟୋ ଯାନ ମାନଙ୍କ ଉପରେ ମିଳିତ ଚଢାଉ କରା ଯାଇ ଥିଲା l ଶତାଧିକ ଅଟୋ ଗୁଡ଼ିକୁ ଚେକିଙ୍ଗ କରାଯାଇଥିବା ବେଳେ ସେଥି ମଧ୍ୟରୁ ୫ ଗୋଟି ଅମାନିଆ ଅଟୋ ରିକ୍ସା ଚାଳକ ଙ୍କୁ ଅଟକ ରଖାଯାଇ ଅଟୋ ଗୁଡ଼ି କୁ ସିଜ୍ କରlଯାଇଛି l ଏବଂ ସେମାନଙ୍କ ଠାରୁ ବିଭିନ୍ନ କେଶ ରେ ସମୁଦାୟ ୭୬ ହଜାର ଟଙ୍କା ଫାଇନ କରାଯାଇ ଆଗକୁ ଗାଡ଼ି ମାନଙ୍କ ର ଅପଡେଟ ଲାଇସେନ୍ସ ସହିତ ପାର୍କିଂ ନିୟମ, ଚାଳକ ମୋବାଇଲ୍ ବ୍ୟବହାର ନ କରିବା, ନିର୍ଦ୍ଧାରିତ ଦର ଆକାର ରେ ଭଡ଼ା ନେବା, ଯାତ୍ରୀ ଓ ପର୍ଯ୍ୟଟକ ଙ୍କ ଉପରେ ଉତ୍ତମ ବ୍ୟବହାର ପ୍ରଦର୍ଶନ ଇତ୍ୟାଦି ନୀୟମ କୁ କଡ଼ା କଡ଼ି ଭlବେ ପାଳନ କରିବାକୁ ତାଗିଦ୍ କରିଥିଲେ l

ଏ ନେଇ ସ୍ପେଶାଲ ସର୍କିଟ ହାଉସ ଠାରେ ଜିଲ୍ଲା ପ୍ରଶାସନ ର ଏକ ଗୁରୁତ୍ବ ପୂର୍ଣ୍ଣ ସଭା ଅନୁଷ୍ଟିତ ହୋଇ ଥିଲା l ପରିବହନ ଅଧିକାରୀ ରବିନ ପଟ୍ଟନାୟକ , ଟ୍ରାଫିକ ଥାନା ସି ବିଚ୍ ଉଭୟ ଥାନା ଭାରପ୍ରାପ୍ତ ଅଧିକାରୀ ଉଭୟ ବିଭାଗ ଅଧିକାରୀ ମାନେ ସାମିଲ୍ ରହି ଥିଲେ l ଆଗକୁ ଗାଡ଼ି କାଗଜ ପତ୍ର ଅପଡେଟ ନ ରଖିଲେ ଟ୍ରାଫିକ ନିୟମ ନ ମାନିଲେ ଅମାନିଆ ଅଟୋ ଚାଳକ ଙ୍କ ବିରୁଦ୍ଧରେ ଆର ଟି ଓ ଓ ପୋଲିସ୍ ବିଭାଗ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କୁ ତାଗିଦ କରିଛି l
