୨୦୦ ଲିଟର ଦେଶୀ ମଦ ସହିତ ଏକ ବଜାଜ ଅଟୋ ଜବତ, ୦୨ ଗିରଫ

ସକାଳ ପ୍ରାୟ ୧୦.୩୦ ମିନିଟ୍ ସମୟରେ, ଅବକାରୀ ଅଧିକ୍ଷକ ଶ୍ରୀ ନରୋତ୍ତମ ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ଓ ଅବକାରୀ ନିରୀକ୍ଷକ ଶ୍ରୀମତୀ ସୁଶ୍ରୀ ସଂଗୀତା ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଭଦ୍ରକ ଭ୍ରାମ୍ୟମାଣ ସ୍କ୍ୱାର୍ଡ ଉପ-ନିରୀକ୍ଷକ ଶ୍ରୀ ରବି ବେହେରାଙ୍କ ନେତୃତ୍ବରେ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ୱାରା ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଆରଡ଼ି ଛକ ନିକଟରେ ପେଟ୍ରୋଲିଙ୍ଗ କରୁଥିବା ,ସମୟରେ ଯାଜପୁର ଜିଲ୍ଲାରୁ ଭଦ୍ରକ ଆଡ଼କୁ ଆସୁଥିବା ଏକ ବଜାଜ ଅଟୋ (ଓଆର୍-୨୨-ଇ-୦୮୯୩) କୁ ଆରଡ଼ି ଛକ ଓଭର୍ ବ୍ରିଜ୍ ନିକଟରେ ଅଟୋ ସହ ୨୦୦ ଲିଟର ଦେଶୀ ରନ୍ଧା ମଦ ଜବତ କରିବା ସହିତ ଏଥିରେ ସମ୍ପୃକ୍ତ ଭଦ୍ରକ ଟାଉନ୍ ଥାନା ଅନ୍ତର୍ଗତ ମୋଟେଲ ଛକ ନିକଟସ୍ଥ ବାପୁନ୍ ମହାଳିକ ଓ ସମରାଇପୁର ଗ୍ରାମର ରାଜୁ ମୁଣ୍ଡାଙ୍କୁ ଗିରଫ କରାଯାଇଛି l

ଜବତ ହୋଇଥିବା ମଦ ଓ ଗାଡ଼ିର ଆନୁମାନିକ ମୂଲ୍ୟ ୦୩ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି l ଉକ୍ତ ଚଢ଼ାଉରେ ଏ.ଏସ୍‌.ଆଇ ରଶ୍ମିରେଖା ଜେନା, କନେଷ୍ଟବଳ ସୁବାସିସ୍ ରାଉତ୍,ମିଥୁନ ଜେନା, ଅଜୟ କୁମାର ଦାସ, ବିଭୂପ୍ରସାଦ ମଲ୍ଲିକ ପ୍ରଭୃତି ସାମିଲ ଥିଲେ । ଏନେଇ ଭଦ୍ରକ ଭ୍ରାମ୍ୟମାଣ ସ୍କ୍ୱାର୍ଡ ପକ୍ଷରୁ କେସ ନଂ: ୧୦/୨୪-୨୫ ମୂଳେ ମାମଲା ରୁଜ୍ଜୁ କରାଯାଇଛି l

Leave a Reply

Your email address will not be published. Required fields are marked *