ଦି ସ୍କୁଲ ଅଫ୍ ଟାଏକୋଣ୍ଡୋ, ପୁରୀ ର ପଞ୍ଚମ ବାର୍ଷିକ ଉତ୍ସବ
ଦି ସ୍କୁଲ ଅଫ୍ ଟାଏକୋଣ୍ଡୋ, ପୁରୀ ର ପଞ୍ଚମ ବାର୍ଷିକ ଉତ୍ସବ।
ଦି ସ୍କୁଲ ଅଫ୍ ଟାଏକୋଣ୍ଡୋ ପକ୍ଷରୁ ପୁରୀର ଦୋଳମଣ୍ଡପ ସାହି ସ୍ତିତ ଅମିନ ଜାଗା କ୍ରୀଡ଼ା ପ୍ରାଙ୍ଗଣରେ ବେଲ୍ଟ, ପ୍ରଶଂସାପତ୍ର ଓ ପଦକ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ପୁରୀ ଟାଉନ୍ ଥାନାର ଇନ୍ସପେକ୍ଟର୍ ଇନ୍-ଚାର୍ଜ୍ ଗୋକୁଳ ରଞ୍ଜନ ଦାସ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ। ଅତିଥିମାନଙ୍କ ମଧ୍ୟରେ ଓଡ଼ିଶା ଟାଏକୋଣ୍ଡୋ ଆସୋସିଏସନ୍ ର ସଧାରଣ ସମ୍ପାଦକ ମନମୋହନ ଭଞ୍ଜ, ଦି ସ୍କୁଲ ଅଫ୍ ଟାଏକୋଣ୍ଡୋର ସଭାପତି ଅଜୟ କୁମାର ସାହୁ, ବିଶିଷ୍ଟ ବ୍ୟବସାୟୀ ହରିବନ୍ଧୁ ସାହୁ, ଅମିନ ଜାଗା ର ସଭାପତି ସୋମନାଥ ପଣ୍ଡା, ସମ୍ପାଦକ ଜମ୍ବେଶ୍ଵର ପୂଜାପଣ୍ଡା ଓ କୋଷାଧ୍ୟକ୍ଷ ବାବନ୍ ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।
କ୍ରୀଡ଼ା ଦ୍ବାରା ଆମେ ସୁସ୍ଥ ରହିପାରିବା ଓ ଆଜିର ସମୟରେ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ର ଉପଯୋଗୀତା ବିଷୟରେ ଅତିଥି ମାନେ କହିଥିଲେ। ଦ୍ବିତୀୟ ଡାନ୍ ବ୍ଲାକ ବେଲ୍ଟ୍ ପ୍ରାପ୍ତ ଦେବାଶିଷ ସାହୁ ଓ ପ୍ରଥମ ଡାନ ବ୍ଲାକ୍ ଵେଲ୍ଟ ପ୍ରାପ୍ତ ଅମ୍ରିତା ସାହୁ ସମେତ ବିଭିନ୍ନ ପ୍ରତିଯୋଗିତାର ଅଂଶଗ୍ରହଣ କରିଥିବା ୫୫ ଜଣ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।
କାର୍ଯ୍ୟକ୍ରମର ଆରମ୍ଭରେ ମୁଖ୍ୟ କୋଚ୍ ତଥା ସମ୍ପାଦକ ଅଭିଜିତ୍ ସାହୁ ସ୍ବାଗତ ଭାଷଣ ସହିତ ବାର୍ଷିକ ଆଭିମୁଖ୍ୟ ଦେଇଥିଲେ ଏବଂ ଶିକ୍ଷକ ବିନୋଦ ସେନାପତି ମଞ୍ଚ ପରିଚାଳନା କରିଥିଲେ I ଦି ସ୍କୁଲ ଅଫ୍ ଟାଏକୋଣ୍ଡୋ ର ଅଗ୍ରଗତି ଓ ସଫଳତା ନିମନ୍ତେ ସମସ୍ତ ଅଭିଭାବକମାନେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ କାମନା କରିଛନ୍ତି।
