ଉଦଳା ଅଗ୍ନିଶମ ବିଭାଗ ତରଫରୁ ସଚେତନତା ଶିବିର ଅନୁଷ୍ଠିତ l

ଉଦଳା ତା ୩୦/୩ ଉଦଳା ସ୍ଥିତ ଅଗ୍ନିଶମ ବିଭାଗ ତରଫରୁ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇ ଯାଇଛି l ଏହି ଶିବିରରେ ମୁଖ୍ୟ ଅତିଥି ଭାବରେ ଉଦଳା ର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଭାସ୍କର ଚନ୍ଦ୍ର ମଢେଇ ଯୋଗଦାନ କରିଥିଲେ, l ସାମାନନୀୟ ଅତିଥି ଭାବରେ ଉଦଳା ବିଜ୍ଞା ପିତ ଅଞ୍ଚଳ ପରିଷଦ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ମଧ୍ୟ ଯୋଗ ଦାନ କରି ଶିବିର କୁ ସରସ ସୁନ୍ଦର କରିଥିଲେ l

ଶିବିର ରେ ଅଗ୍ନିଶମ ବିଭାଗ କର୍ମଚାରୀ ମାନଙ୍କ ଦ୍ୱାରା ଅଗ୍ନି ନିରାପତ୍ତା ସମର୍କରେ ବିଶେଷ ସୂଚନା ତଥା ଆଶୁ ସମାଧାନ ସମ୍ପର୍କରେ ବିଭିନ୍ନ କଳା କୌଶଳ ପ୍ରଦର୍ଶନ କରାଯାଇଥିଲା l ଏହି ଶିବିର ରେ ସ୍ଥାନୀୟ ଜନସାଧାରଣ, ବିଜ୍ଞା ପିତ ଅଞ୍ଚଳ ପରିଷଦ ର କର୍ମଚାରୀ, ଉଦଳା ସ୍ଥିତ ୱାଟକୋ କର୍ମଚାରୀ, ଉଦଳା ଉପଖଣ୍ଡ ଚିକିତ୍ସାଳୟର କର୍ମଚାରୀ, ଛାତ୍ର ଛାତ୍ରୀ, ବୁଦ୍ଧିଜୀବୀ ବହୁ ସଂଖ୍ୟାରେ ଅଂଶ ଗ୍ରହଣ କରି ଶିବିର କୁ ସାଫଲ୍ୟ ମଣ୍ଡିତ କରିଥିଲେ l ତେବେ ଏପ୍ରକାର ସଚେତନତା ଶିବର ଅନୁଷ୍ଠିତ ହୋଇ ଥିବାରୁ ସବୁ ମହଲ ରେ ପ୍ରସଂଶା ର ସୁଅ ଛୁଟୁ ଅଛି l

Leave a Reply

Your email address will not be published. Required fields are marked *