ସ୍କୁଲ ଓ କଲେଜ ଛାତ୍ର ଛାତ୍ରୀ ଙ୍କୁ ସାଇବର କ୍ରାଇମ ଏବଂ ଶିଶୁ ଶ୍ରମିକ ଆଇନ ସମ୍ପର୍କରେ ସଚେତନତା କାର୍ଯ୍ୟ କ୍ରମ
କନ୍ଧମାଳ ତା ୨୩/୦୭/୨୦୨୫ ଫୁଲବାଣୀ ପୋଲିସ ର ସ୍କୁଲ ଓ କଲେଜ ଛାତ୍ର ଛାତ୍ରୀ ଙ୍କୁ ସାଇବର କ୍ରାଇମ ଏବଂ ଶିଶୁ ଶ୍ରମିକ ଆଇନ ସମ୍ପର୍କରେ ସଚେତନତା କାର୍ଯ୍ୟ କ୍ରମ କନ୍ଧମାଳ ପୋଲିସ ର ସ୍କୁଲ କଲେଜ ଛାତ୍ର ଛାତ୍ରୀ ଙ୍କୁ ସାଇବର, ପକୋଷ ଓ ଶିଶୁ ଶ୍ରମିକ ଆଇନ ସମ୍ପର୍କରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି! କନ୍ଧମାଳ ଏସ ପି ଙ୍କ ହରିଶ ବି ସି ଙ୍କ ନିର୍ଦ୍ଧେଶରେ ଫୁଲବାଣୀ ଏସ ଡି ପି ଓ ଶୁଭ୍ରଜିତ ବିଶ୍ୱାଳ ନେତୃତ୍ୱରେ ଏହି ସଚେତନତା କାର୍ଯ୍ୟକ୍ରମ ଫୁଲବାଣୀ ସଂୟମ ଶାସିତ ମହାବିଦ୍ୟାଳୟ ରେ ଅନୁଷ୍ଠିତ ହୋଇଥିଲା! ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ର ଶତାଧିକ ଛାତ୍ର ଛାତ୍ରୀ ସକ୍ରିୟ ଭାବେ ଯୋଗ ଦେଇଥିଲେ! ମହାବିଦ୍ୟାଳୟର ପ୍ରିନସିପାଲ ଶ୍ରୀ ସୁଭାଷ ଚନ୍ଦ୍ର ପ୍ରଧାନ ଓ ଅଧ୍ୟାପିକା ଅଧ୍ୟାପକ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ!ସେହିପରି ସଞ୍ଜୟ ସ୍ମୃତି ମହାବିଦ୍ୟାଳୟ, ପୂବ୍ଲିକ ସ୍କୁଲ, ଓ କାରମେଲ ସ୍କୁଲ ରେ ମଧ୍ୟ୍ୟ ଏହି କାର୍ଯ୍ୟ କ୍ରମ ହୋଇଥିଲା!କାରମେଲ ସ୍କୁଲ ର ତିନିଶହ ଛାତ୍ର ଛାତ୍ରୀ ଙ୍କୁ କିଭଳି ସାଇବର କ୍ରାଇମ ର ଶିକାର ନ ହେବେ,ଅଜଣା ଲୋକର କଲ କୁ ନଜର ଅନ୍ଦାଜ କରିବେ, ଯଦି କେହି ବାରମ୍ବାର ଫୋନ କରୁଛି କିମ୍ବା ଝିଅଙ୍କୁ ହାରାସ କରୁଛି ତେବେ ପୋଲିସ କୁ ଜଣାଇବେ, କାହାରିକୁ ଆଧାର ଲିଙ୍କେଜ ଆବଶ୍ୟକ ନଥିଲେ ଦେବେ ନାହିଁ, ଓଟିପି ନମ୍ବର ଦେବେ ନାହିଁ, କାହାରି ଲିଙ୍କ ଖୋଲିବେ ନାହିଁ, ୱାଟସଅପ ରେ କଥା ହେଲେ କଥା ରେକର୍ଡ ହେବ ନାହିଁ! ଯଦି କିଏ ଭିଡ଼ିଓ କଲ କରି ବଦମାସୀ କରୁଛି ତାର ସ୍କ୍ରିନ ସର୍ଟସ ମାରି ପୋଲିସ ର ସାଇବର ଥାନାକୁ ଜଣାଇବେ ବୋଲି ଏସ ଡି ପି ଓ ଶ୍ରୀ ବିଶ୍ୱାଳ ପ୍ରାଞ୍ଜଳ ଭାବେ ବୁଝାଇ ଥିଲେ! କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ଇନସ୍ପେକଟର ଦୀପିକା ଦେବୀ ରାୟ ଓ ଶ୍ରୀମତୀ ଗେଲି ସାହୁ ଆଇ ଆଇ ସି ସାଇବର ପି ଏସ ଓ ଏ ଏସ ଆଇ ମମତା ରାଉତ ବିଭିନ୍ନ ଆଇନ ସହାୟତା, ଓ ସଚେତନତା ଅବଲମ୍ବନ ଉପରେ ଅବଗତ କରାଇଥିଲେ!ସମ୍ପ୍ରତି ଶିଶୁ ଶ୍ରମିକ କୁ ରୋକିବା ପାଇଁ ସମସ୍ତେ ସଚେତନତା ଆବଶ୍ୟକ ଓ ଚାଇଲଡ ଲେବର ଆଇନ କୁ କିଭଳି ଲାଗୁ କରାଯାଉଛି ଏବଂ ଦଣ୍ଡବିଧାନ ସମର୍କରେ ଇନସ୍ପେକଟର ଦୀପିକା ଦେବୀ ରାୟ ଗଭୀର ଆଲୋକପାତ କରିଥିଲେ! ଏହି ଅବସରରେ କାର୍ମେଲର ସ୍କୁଲ ଅଧକ୍ଷ ଶିକ୍ଷକ ଓ ଶିକ୍ଷୟତ୍ରୀ ଯୋଗ ଦେଇ ଥିଲେ!
