ଶ୍ରୀଜଗନ୍ନାଥ ଏକ୍ସପ୍ରେସ ସ୍ଲିପର ବସ୍ ର ସଚେତନତା ଅଭିଯାନ

ଶ୍ରୀଜଗନ୍ନାଥ ଏକ୍ସପ୍ରେସ ସ୍ଲିପର ବସ୍ ର ସଚେତନତା ଅଭିଯାନ।ତିନି ଜିଲ୍ଲା ରୁ ବାହାରି ୧୮ ଜିଲ୍ଲା ଦେଇ ପହଞ୍ଚିବ ପୁରୀ ରେ।ମହିଳା ମାନଙ୍କ ଯାତ୍ରା ପାଇଁ ୫୦ ପ୍ରତିଶତ ରିହାତି।ପୁରୀ ୧୧/୩ ଆଜି ପୁରୀରେ ଓଡିଶା ସରକାରଙ୍କ ତରଫରୁ ଶ୍ରୀଜଗନ୍ନାଥ ଏକ୍ସପ୍ରେସ ସ୍ଲିପର ବସ୍ ର ପ୍ରଦର୍ଶନ ଏବଂ ସଚେତନତା ଅଭିଯାନର ଶୁଭାରମ୍ଭ ହୋଇଛି।ରାଜ୍ୟ ସରକାର ପ୍ରତ୍ୟେକ ଜିଲ୍ଲା ରୁ ଶ୍ରୀକ୍ଷେତ୍ର ପୁରୀ କୁ ଶ୍ରୀଜଗନ୍ନାଥ ଏକ୍ସପ୍ରେସ ବସ୍ ମାଧ୍ୟମରେ ପରିବହନ ବ୍ୟବସ୍ଥା କରିଥିଲେ।ବର୍ତ୍ତମାନ ମାଲକାନଗିରି, ନବରଙ୍ଗପୁର ଓ ସୁନ୍ଦରଗଡ ରୁ ଶ୍ରୀଜଗନ୍ନାଥ ଏକ୍ସପ୍ରେସ ସ୍ଲିପର ବସ୍ ଚଳାଇବାର ବ୍ୟବସ୍ଥା କରାଯାଇଛି ବୋଲି ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ଶାସନ ସଚିବ ଅରୁଣ କୁମାର ବିଶ୍ୱାଳ ସୂଚନା ଦେଇଛନ୍ତି।ଆଜି ପୁରୀ ବସ ଷ୍ଟାଣ୍ଡ ରେ ଏହି ଶ୍ରୀଜଗନ୍ନାଥ ଏକ୍ସପ୍ରେସ ସ୍ଲିପର କୋଚର ସୁବିଧା, ସୁଯୋଗ ଓ ବ୍ୟବସ୍ଥା ସମ୍ପର୍କରେ ଏକ ସଚେତନତା ଅଭିଯାନ କାର୍ଯ୍ୟକ୍ରମ କରାଯାଇଥିଲା।ଏଥିରେ ଯୋଗ ଦେଇ ଶ୍ରୀ ବିଶ୍ବାଳ ପ୍ରକାଶ କରିଥିଲେ ଯେ ଓଡିଶା ସରକାରଙ୍କ ରାଜ୍ୟ ପରିବହନ ବିଭାଗରେ ରୂପାନ୍ତରଣ କରାଯାଇ ଲକ୍ଷ୍ମୀ ବସ୍ ମାଧ୍ୟମରେ ଗମନାଗମନ କୁ ସହଜ,ସୁଗମ ଓ ସୁରକ୍ଷିତ କରାଯାଇ ପାରିଛି ।ବର୍ତ୍ତମାନ ରାଜ୍ୟର ସମସ୍ତ ୩୦ ଜିଲ୍ଲା ର ପ୍ରତି ପଞ୍ଚାୟତ ରୁ ବ୍ଲକ, ବ୍ଲକ ରୁ ଜିଲ୍ଲା ସଦର ମହକୁମା କୁ ଲକ୍ଷ୍ମୀ ବସ ଚଳାଚଳ କରୁଛି ତଥା ଜିଲ୍ଲା ସଦର ମହକୁମା ଠାରୁ ଅନ୍ୟ ଜିଲ୍ଲା ସଦର ମହକୁମାକୁ ଲକ୍ଷ୍ମୀ ଏକ୍ସପ୍ରେସ ଏବଂ ଜିଲ୍ଲା ସଦର ମହକୁମା ରୁ ଭୁବନେଶ୍ବର ଦେଇ ପୁରୀ କୁ ଜଗନ୍ନାଥ ଏକ୍ସପ୍ରେସ ଚଳାଚଳର ବ୍ୟବସ୍ଥା କରାଯାଇଛି। ।ଆସନ୍ତା ୧୩ ତାରିଖ ରୁ ମାଲକାନଗିରି, ନବରଙ୍ଗପୁର ଓ ସୁନ୍ଦରଗଡ ରୁ ପୁରୀ କୁ ନୂତନ ଶ୍ରୀଜଗନ୍ନାଥ ଏକ୍ସପ୍ରେସ ସ୍ଲିପର ବସ୍ ଚଳାଚଳ କରିବ।ଏହା ମୋଟ ୧୮ ଟି ଜିଲ୍ଲା ଦେଇ ପୁରୀ ରେ ପହଞ୍ଚିବ।ଏହି ଭଲଭୋ ବସ ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ଓ ଏଥିରେ ୪୨ ଟି ସିଟ୍ ରହିଛି।

ଆରାମ ଦାୟକ ଯାତ୍ରା ସହ ଯାତ୍ରୀ ମାନଙ୍କ ସୁବିଧା ଓ ସୁରକ୍ଷା ପାଇଁ ଗାଡ଼ିରେ ଉତ୍ତମ ମାନର ବ୍ୟବସ୍ଥା ରହିଛି।ଏଥିରେ ଯାତ୍ରା ଲାଗି ମହିଳା ମାନଙ୍କ ପାଇଁ ଶତକଡା ୫୦ ଭାଗ ରିହାତି ରହିଛି ବୋଲି ଶୀ ବିଶ୍ୱାଳ ସୂଚନା ଦେଇଥିଲେ।ଏହି କାର୍ଯ୍ୟକ୍ରମ ରେ ପୁରୀର ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରିୟ ରଞ୍ଜନ ପୃଷ୍ଟି, ଆରଟିଓ ରବିନ ପଟ୍ଟନାୟକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଓ ଏସ ଆର ଟି ସି ର ଜିଲ୍ଲା ପରିଚାଳିକା ରଶ୍ମି ସାହୁ ଓ ପରିବହନ ବିଭାଗର ଅନ୍ୟ କର୍ମଚାରୀ ମାନେ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *