ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଲିଙ୍ଗ ଭିତ୍ତିକ ହିଂସା ନିରାକରଣ ସଚେତନତା ପକ୍ଷ ୨୦୨୫

ତାରିଖ : ୦୬-୧୨-୨୦୨୫ ପୁରୀ :- ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଲିଙ୍ଗ ଭିତ୍ତିକ ହିଂସା ନିରାକରଣ ସଚେତନତା ପକ୍ଷ ୨୦୨୫ ଉପରେ ଆଧାରିତ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଅକ୍ଷୟ କୁମାର ଶତପଥି ଉପସ୍ଥିତ ସମସ୍ତଙ୍କୁ ଉଦବୋଧନ ଦେବା ସହିତ ଏହି କାର୍ଯ୍ୟକ୍ରମ ପାଳନର ଆଭିମୁଖ୍ୟ ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ। ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ଶ୍ରୀଯୁକ୍ତ ପରିତୋଷ କୁମାର ସେଠି ମୁଖ୍ୟ ବକ୍ତା ଭାବରେ ଯୋଗଦେଇ କାର୍ଯ୍ୟସ୍ତଳୀରେ ମହିଳା ମାନଙ୍କ ଉପରେ ଯୌନ ନିର୍ୟ୍ୟାତନା ଆଇନ୍ ଏବଂ ଘରୋଇ ହିଂସା ଆଇନ୍ ଉପରେ ଆଲୋକପାତ କରିଥିଲେ | ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ମନୋଜ କୁମାର ତ୍ରିପାଠୀ ବାଲ୍ୟ ବିବାହ ନିରୋଧ ଆଇନ୍ ଏବଂ ପୋକ୍ସୋ ଅଧିନିୟମ ସମ୍ବଦ୍ଧରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ । ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟର ସୁରକ୍ଷା ଅଧିକାରୀ ଶ୍ରୀମତୀ ସୁହାଗି ହେମ୍ରମ ପାରିବାରିକ ମହିଳା ହିଂସା ଓ ତାର ସମାଜ ଉପରେ ପଡୁଥିବା କୁପ୍ରଭାବ ଉପରେ ଆଲୋକପାତ କରିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର ଚନ୍ଦ୍ରକାନ୍ତି ଆଚାର୍ଯ୍ୟ,ଡାକ୍ତର ରବୀନ୍ଦ୍ର ନାଥ ମିଶ୍ର,ଡାକ୍ତର ବିନୋଦ ବିହାରୀ ରଥ, ଡାକ୍ତର ଲଲାଟେନ୍ଦୁ ମିଶ୍ର, ଡାକ୍ତର ମାନସ ରଞ୍ଜନ ଦାଶ, ଶ୍ରୀ ଶ୍ୟାମ ସୁନ୍ଦର ତ୍ରିପାଠୀ, ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକ୍ଷକ, ସଖି କେନ୍ଦ୍ରର ସମସ୍ତ କର୍ମକର୍ତ୍ତା ସମେତ ସ୍ୱାସ୍ଥ୍ୟ ବିଭାଗର ସମସ୍ତ କର୍ମଚାରୀ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଶ୍ରୀ ରବୀନ୍ଦ୍ର କୁମାର ପ୍ରଧାନ ଓ ମନୋଜ କୁମାର ପଣ୍ଡା ପରିଚାଳନା କରିଥିବା ବେଳେ ଶ୍ରୀ ବେଣୁଧର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *