ପ୍ଲାଷ୍ଟିକ ମୁକ୍ତ ପରିବେଶ ପାଇଁ ସଚେତନତା

କୋଣାର୍କ – ରାମଚଣ୍ଡୀ ନିକଟରେ ପରିବେଶକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ କୋଣାର୍କ ବନ ବିଭାଗ ତରଫରୁ ସଚେତନ କରାଯାଇଛି। ଏଥିରେ କୋଣାର୍କ ବନ୍ୟପ୍ରାଣୀ ବନାଞ୍ଚଳ ଅଧିକାରୀ ଶ୍ରୀ ସୁଦର୍ଶନ ଦେହୁରୀ, ଶ୍ରୀ ତପନ କୁମାର ନାୟକ ବନପାଳ ରାମଚଣ୍ଡୀ, ଶ୍ରୀ କାର୍ତ୍ତିକ ମୁଣ୍ଡା ବନପାଳ କୋଣାର୍କ ସହିତ ଅନ୍ୟମାନେ ଯୋଗଦେଇ ସଚେତନା ରାଲି କରିବା ସହ ସଫେଇ କାର୍ଯ୍ୟକ୍ରମ କରିଥିଲେ।

ଶତାଧିକ ସ୍ବେଚ୍ଛାସେବୀ ଏଥିରେ ସାମିଲି ହୋଇଥିଲେ। ଲୋଟସ ହୋଟେଲ ଅଞ୍ଚଳ ଓ ମା ରାମଚଣ୍ଡୀ ପ୍ରାଙ୍ଗଣରେ ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା। ସଫେଇ କାର୍ଯ୍ୟକ୍ରମ କରିବା ଦ୍ୱରା ପରିବେଶ ପ୍ଲାଷ୍ଟିକ ମୁକ୍ତ ହେବ ଓ ପରିବେଶ ସୁନ୍ଦର ରହିବ ବୋଲି ରେଞ୍ଜ ଅଧିକାରୀ ସୁଦର୍ଶନ ଦେହୁରୀ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *