ସନ୍ତାନର ସୁରକ୍ଷା ପାଇଁ ସଚେତନତା ରଥ ଝିଅକୁ ବଞ୍ଚାନ୍ତୁ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ଆରମ୍ଭ କରାଯାଇଥିବା ବେଟିବଚାଓ, ବେଟି ପଢ଼ାଓ ଯୋଜନା କରିଆରେ କନ୍ୟା ସନ୍ତାନର ସୁରକ୍ଷା ଓ ଶୋଷଣ ମୁକ୍ତ କରିବା ପାଇଁ ସରକାରୀ ସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ସଚେତନ କରାଯାଇଥାଏ । ଏହିପରିପ୍ରେକ୍ଷୀରେ ସରକାରଙ୍କ ମାର୍ଗ ଦର୍ଶିକା ଅନୁଯାୟୀ ଭଦ୍ରକ ଜିଲ୍ଲା ପ୍ରଶାସନଆନକୂଲ୍ୟରେ ଜିଲ୍ଲା ସମାଜ ମଙ୍ଗଳ ଅନୁଭାଗ କରିଆରେ ଝିଅକୁ ବଞ୍ଚାନ୍ତୁ ଝିଅକୁ ପଢ଼ାନ୍ତୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉଚରାଏ ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଆୟୋଜିତ କନ୍ୟା ସନ୍ତାନର ସୁରକ୍ଷା ପାଇଁ ପ୍ରସ୍ତୁତି ସଚେତନତା ରଥକୁ ପୂଜା ପାଠ କରି ପତାକା ପ୍ରଦର୍ଶନ ପୂର୍ବକ ଶୁଭାରମ୍ଭ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥିଭାବେ ଅତିରିକ୍ତ ଜିଲ୍ଲାପାଳ ସରୋଜ କୁମାର ଦଇ, ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତ୍ତୀ, ତହସିଲବାର ପ୍ରିୟଦର୍ଶୀ ସଂଗ୍ରାମ କେଶରୀ ଖୁଣ୍ଟିଆ, ପୌରପାଳିକା ନିର୍ବାହୀ ଅଧିକାରୀ ତାପସ ରଞ୍ଜନ ସାମଲ, ଅଧୀକ୍ଷଣ ଯନ୍ତ୍ରୀ ପୂର୍ବ ଦେବୀ ପ୍ରସାଦ ଘୋଷ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ, କାର୍ଯ୍ୟକ୍ରମର ଆୟୋଜକ ଜିଲ୍ଲା ସମାଜ କଲ୍ୟାଣ ଅଧିକାରିଣୀ ପୁଷ୍ପଲତା ପାତ୍ର, ସଂଯୋଳିକା ଜିଲ୍ଲା ମହିଳା ସୁରକ୍ଷା ଅଧିକାରିଣୀ ଚନ୍ଦ୍ରା ସାହୁ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି ସଚେତନ‌ତା ରଥ ସାଙ୍ଗରେ ମହିଳାମାନଙ୍କର ଏକ ପଦଯାତ୍ରା ଆୟୋଜନ କରାଯାଇଥିଲା । ପଦଯାତ୍ରା ସମାପ୍ତି ପରେ ଭଦ୍ରକ ବ୍ଲକ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଏକ ସଚେତନତାଧର୍ମୀ ଅର୍କ ଦିବସୀୟ କର୍ମଶାଳା ଆୟୋଜନ କରାଯାଇଥିଲା । ପୋଷଣ ର ଜିଲ୍ଲା ସଂଯୋଜକ ସେକ୍ ସିରାଜ ଅଖତରଙ୍କ ମଞ୍ଚ ପରିଚାଳନାରେ ମହିଳା ସୁରକ୍ଷା ଅଧିକାରୀ ସ୍ବାଗତ ଭାଷଣ ଏବଂ ଜିଲ୍ଲା ସମାଜ ମଙ୍ଗଳ ଅଧୁକାରିଣୀ କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ଆମ ସମସ୍ତଙ୍କର କର୍ଭବ୍ୟ ବିଷୟରେ ଆଲୋକପାତ କରିଥିଲେ ।

ଅନ୍ୟତମ ସମ୍ମାନିତ ଅତିଥି ଭାବେ ଏଡ଼ି.ଏମ୍.ଓ. ଡ଼ା ଜୟନ୍ତ ପଣ୍ଡା, ଜିଲ୍ଲା ଶିଶୁ ସୁରକ୍ଷା ଅଧ୍ବକାରୀ ଅଦିନାଶ ମହାନ୍ତି, ଖାଉଟି ସୁରକ୍ଷା ମଞ୍ଚର ସଭାପତି ଆଇନ୍‌ଜୀବୀ ଶିବ ପ୍ରସାଦ ମହାନ୍ତି ପ୍ରମୁଖ ଯୋଗ ଦେଇ ସମାଜ ପାଇଁ, ପରିବାର ପାଇଁ କନ୍ୟାସନ୍ତାନର ଆବଶ୍ୟକତାର ସମ୍ବନ୍ଧରେ ବକ୍ତବ୍ୟ ରଖୁଥିଲେ । ଲିଙ୍ଗଗତ ତାରତମ୍ୟ ଦୂରେଇବା ପାଇଁ କନ୍ୟା ସନ୍ତାନର ସୁରକ୍ଷା କେତେ ଜରୁରୀ ବୁଝାଇଥିଲେ । ଏତ୍‌ପାଇଁ ଲିଙ୍ଗ ନିରୂପଣ, ଭ୍ରୁଣ ହତ୍ୟା, ବାଲ୍ୟ ବିବାହ,ଆଦି ରୋକିବା ଦିଗରେ କଡ଼ା କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ଅଛି ବୋଲି କହିଥିଲେ । ଝିଅ ଅଟଇ ଘରର ଶିରି, ଭ୍ରୂଣ ବେଳୁ ତାକୁ ନଦିଅ ମାରି | ସୁବିଧା ସୁଯୋଗ ଝିଅକୁ ଦିଅ, ରାଷ୍ଟ୍ରପତି ବି ହୋଇବ ଝିଅ | କନ୍ୟା ରନ୍, ନିଅ ଯନ୍ତ୍ର / କନ୍ୟା ସନ୍ତାନ ନୁହଁଇ ବୋଝ, ଦେଶ ଜାତିର ସମ୍ମାନ ବୁଝ । ଲୁଣ ହତ୍ୟା ରୋକନ୍ତୁ, ଜନ୍ୟା ସନ୍ତାନ ବଞ୍ଚାନ୍ତୁ | ଚାଲ୍ୟ ବିବାହକୁ ନୁହଁ ଦୁହିତା, ପାଠ ପଢ଼ି ହେବ ଜଗତ ଜିତା ଆଦି ଆକର୍ଷଣୀୟ ସ୍ଲୋଗାନ ଓ ପ୍ଲାକାର୍ଡ଼ ପଦଯାତ୍ରାରେ ପରିବେଷଣ କରାଯାଇଥିଲା । ମିଶନ ଶକ୍ତିର ମହିଳା, ସୁପରଭାଇଜର, ସିଡ଼ିପିଓ, ଅଲଟ୍ରା ସାଉଣ୍ଡ ସେଣ୍ଟର ପ୍ରତିନିଧ, ଅନ୍ୟାନ୍ୟ ସ୍ୱେଚ୍ଛାସେବୀ ଅନୁଷ୍ଠାନାର କର୍ମକର୍ତାମାନେ ଏହି ପଦଯାତ୍ରା ଓ କର୍ମଶାଳାରେ ଯୋଗ ଦେଇଥିଲେ । ସଂପୃକ୍ତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସଚେତନତା ରଥ ଜିଲ୍ଲାର ସମସ୍ତ ବ୍ଲକକୁ ପରିକ୍ରମା କରିବାର କାର୍ଯ୍ୟକ୍ରମ ରହିଛି ।

Leave a Reply

Your email address will not be published. Required fields are marked *