ମାନବ ଅଧିକାର ପ୍ରୟୋଗରେ ସଚେତନତା ଆବଶ୍ୟକ

ମାନବ ଅଧିକାର ପ୍ରୟୋଗରେ ସଚେତନତା ଆବଶ୍ୟକ l ମାନବ ଅଧିକାର ଦିବସ ଅବସରରେ ନୀଳାଚଳ ନାରାୟଣ ସଂସ୍କୃତ ମଜବିଦ୍ୟାଳୟ ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଯାଇଅଛି l କାର୍ଯ୍ୟକ୍ରମ ସଂଯୋଜକ ଅଧ୍ୟାପକ ଡ଼. ବଳରାମ ଦାଶ, ଅଧ୍ୟକ୍ଷl ଡ଼. ମିରlରlଣୀ ଖଣ୍ଡୁଆଳ, ଡ଼. ଶ୍ରୀ ନିବାସ ସାହୁ ଯୋଗଦେଇ ସମାଜରେ ସାଧାରଣ ଜନତାଙ୍କର ସୁରକ୍ଷା ପାଈଁ ମାନବର ବିଭିନ୍ନ ଅଧିକାର ଯଥା ସାମାଜିକ ରାଜନୈତିକ, ସାଂସ୍କୃତିକ, ଅର୍ଥନୈତିକ ତଥା ସ୍ୱାଧୀନତା ପାଈଁ ସଂଗ୍ରାମ କରିବାକୁ ପରାମର୍ଶ ପ୍ରଦାନ କରିଥିଲେ l

ସରକାରୀ ଓ ବେସରକାରୀ ସ୍ତରରେ ଅନ୍ୟାୟ ଅନୀତି ର ମୁକାବିଲା ପାଇଁ ଅଧିକାର ର ସଦୁପଯୋଗ ହେବା ସହ ନ୍ୟାୟ ନମିଳିଲେ ମାନବ ଅଧିକାର କମିଶନର ଦ୍ୱାରସ୍ଥ ହେବା ଦରକାର ବୋଲି ମତବ୍ୟକ୍ତ କରିଥିଲେ l ଛାତ୍ର ଛାତ୍ରୀ ମାନେ ସଫେଇ କାର୍ଯ୍ୟକ୍ରମ କରି ସଚେତନତା ସୃଷ୍ଟି କରିଥିଲେ l

Leave a Reply

Your email address will not be published. Required fields are marked *