ଓଡ଼ିଶା ଦିବସ ରେ ଆରମ୍ଭ ହେଲା ସଚେତନତା ଯାତ୍ରା।
ଓଡ଼ିଶା ଦିବସ ରେ ଆରମ୍ଭ ହେଲା ସଚେତନତା ଯାତ୍ରା।ପୁରୀ ସହର ଓ ସଦରବାସୀଙ୍କୁ ପୂର୍ବପରି ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା ମଞ୍ଚ ପକ୍ଷରୁ ଅଭିନବ ପ୍ରୟାସ। ପୂର୍ବ ନିଷ୍ପତ୍ତି ଅନୁଯାୟୀ ଶ୍ରୀମନ୍ଦିରରେ ନିର୍ବିରୋଧ ପ୍ରବେଶ ପାଇଁ ଆଜି ଶ୍ରୀଗୁଣ୍ଡିଚା ମନ୍ଦିର ଠାରୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର ପର୍ଯ୍ୟନ୍ତ ପୁରୀ ସହର ଓ ସଦର ଅଞ୍ଚଳର ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ, ଅନେକ ସ୍ବେଚ୍ଛାସେବୀ ଅନୁଷ୍ଠାନ ଜିଲ୍ଲା କିନ୍ନର ମହାସଂଘ ଆଦିର ସଭ୍ୟସଭ୍ୟା ଙ୍କ ଦ୍ଵାରା ସଚେତନତା ରାଲି ଅନୁଷ୍ଠିତ ହୋଇଥିଲା। ସର୍ବାଗ୍ରେ ଶ୍ରୀଜଗନ୍ନାଥଙ୍କ ପତିତପାବନ ବାନା ଅନେକ ସଂକୀର୍ତ୍ତନ ମଣ୍ଡଳୀ ଙ୍କ ଵାଦ୍ୟ ର ତାଳେତାଳେ ଜୟଶ୍ରୀ ଜଗନ୍ନାଥ ଧ୍ବନିରେ ଚତୁର୍ଦ୍ଦିଗ ପ୍ରକମ୍ପିତ କରି ଆଗକୁ ବଢି ଚାଲିଥିବା ଶୋଭାଯାତ୍ରା ଏକ ନିଆରା ଓ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା। । ଶୋଭାଯାତ୍ରା ଆଗେଇ ଚାଲିଥିବା ବେଳେ ରାସ୍ତାର ଦୁଇ ପାର୍ଶ୍ବରେ ଅନେକ ବ୍ୟକ୍ତି ବିଶେଷ ଉପସ୍ଥିତ ରହି ନିଜର ସମର୍ଥନ ଜଣାଉଥିବା ପରିବେଶ କୁ ଅଧିକ ଭାବମୟ କରିଥିଲା। ଶ୍ରୀମନ୍ଦିରରେ ପ୍ରବେଶ କଟକଣା ଯୋଗୁଁ ଅନକେ ବ୍ୟକ୍ତି ବିଶେଷ ନିଜର ଅତ୍ୟାବଶ୍ୟକୀୟ ସମୟରେ ଶ୍ରୀମନ୍ଦିର ପ୍ରବେଶ ରୁ ବଞ୍ଚିତ ହେଉଥିବାର କ୍ଷୋଭ ପ୍ରକାଶ କରୁଥିବା ମଧ୍ୟ ପରିବେଶ କୁ ଗମ୍ଭୀର କରୁଥିଲା। ଶେଷରେ ଶୋଭାଯାତ୍ରା ଶ୍ରୀମନ୍ଦିର ନିକଟରେ ପହଞ୍ଚିବା ପରେ ଶ୍ରୀ ଜଗନ୍ନାଥ ଙ୍କ ଉଦ୍ଦେଶ୍ୟରେ ଦୀପଦାନ ସହ ପଦଯାତ୍ରା ର ସମାପ୍ତି ଘୋଷଣା କରାଯାଇଥିଲା। ଏହି ପଦଯାତ୍ରା ର ସଂଯୋଜକ ସ୍ବାଧୀନ ପଣ୍ଡା ଆଗାମୀ କାଲି ଠାରୁ ଭକ୍ତ ସାଲବେଗ ଙ୍କ ପୀଠ ରୁ ଶ୍ରୀ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ଅନ୍ୟୂନ ପାଞ୍ଚ ଜଣିଆ ଦଳ ସଂଧ୍ୟା ପାଞ୍ଚଟାରୁ ଏହାର ସୁସମାଚାର ପର୍ୟ୍ଯନ୍ତ ନିରବଛିନ୍ନ ଭାବେ ଚାଲିବ ବୋଲି ମତ ପ୍ରକାଶ କରିଛନ୍ତି।

ଜିଲା ପୋଲିସ ପ୍ରଶାସନ ତରଫରୁ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆ ଯାଇଥିଲା। ଏଥିରେ ଅଂଶଗ୍ରହଣ କରିଥିବା ସହର ଓ ସଦର ବାସୀଙ୍କୁ ଧନ୍ୟବାଦ ସହ ଆଗାମୀ ଦିନରେ ଦୈନିକ ପଦଯାତ୍ରା କୁ ସଫଳ କରିବାକୁ ଶ୍ରୀ ପଣ୍ଡା ପୁରୀସଦର ଓ ସହରର ଜନସାଧାରଣଙ୍କ ସହ ସମସ୍ତ ଗଣମାଧ୍ୟମ ର ସହଯୋଗ କାମନା କରିଛନ୍ତି।ଏହି ସତେତନତା ଯାତ୍ରାରେ ଉମା ବଲ୍ଲଭ ରଥ, ହରିଶଙ୍କର ମିଶ୍ର,ରାଜେଶ ମିଶ୍ର,ଅମରେନ୍ଦ୍ର ପାଇକରାୟ,ଜଗନ୍ନାଥ ବସ୍ତିଆ, ଶରତ ରାୟଗୁରୁ,ଚକ୍ରଧର ମହାପାତ୍ର,ସୂର୍ଯ୍ୟ ରଥ, ବିଦ୍ୟୁଲତା ଆଚାର୍ଯ୍ୟ, ଅକ୍ଷୟ ମିଶ୍ର,ପ୍ରିୟାନ୍ସୀ ଦାସ, ସରସ୍ଵତୀ ପାତ୍ର, ସନ୍ଧ୍ୟା ରଥ, କଳ୍ପନା ମୁଦୁଲି, ସୌମ୍ୟା ହୋତା, ଅନୁପ ପୃଷ୍ଟି,ସୁକାନ୍ତ ପଣ୍ଡା, ସମୀର ସାମନ୍ତରା,ଦେବାଶିଷ ମିଶ୍ର,ଜଟାଧାରୀ ମିଶ୍ର, ସଞ୍ଜୟ ପ୍ରଧାନ, ସତ୍ୟଜିତ ମହାନ୍ତି,ନାରାୟଣ ଦାସ,ଜଗନ୍ନାଥ ଦେଓ, ତୃପ୍ତି ପଣ୍ଡା, ତ୍ରିଲୋଚନ ଦାସ,ରାଧେଶ୍ୟାମ ରଥ,ତନ୍ମୟ ଚାଟାର୍ଜୀ, ପ୍ରମୋଦ ପଟ୍ଟନାୟକ,ମାନସ ପଟ୍ଟନାୟକ, ଆଶୁତୋଷ ମିଶ୍ର,କ୍ଷୀରୋଦ ଦାସ,ଭାସ୍କର ପରିଡା, ନିହାରିକ ତ୍ରିପାଠୀ, ସନ୍ତୋଷ ସେନାପତି,ଲାଲା ଅନନ୍ତ କୁମାର ସିଂ,ଜଗନ୍ନାଥ ଷଡଙ୍ଗୀ , , ସୂର୍ଯ୍ୟକାନ୍ତି ପ୍ରଧାନ, ବାସୁଦେବ ଲେଙ୍କା ,ଦେବେନ୍ଦ୍ର ବିଶ୍ଵାଳ,,ରାକେଶ ବାରିକ୍,ବୀରକିଶୋର ମହାନ୍ତି, ବିଜୟ ପଣ୍ଡା,ସତ୍ୟନାରାୟଣ ସାହୁ,ରବିଶଙ୍କର ସାହୁ ପ୍ରମୁଖ ଯୋଗଦେଇ ଥିଲେ।
