ଧର୍ମପଦ ପ୍ରେସ କ୍ଲବ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

ଧର୍ମପଦ ପ୍ରେସ କ୍ଲବ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ l ସଡ଼କ ସୁରକ୍ଷା ଏବଂ ଜଙ୍ଗଲ ସୁରକ୍ଷା ନେଇ କର୍ମଶାଳା l ଯୋଗଦେଲେ ଶତାଧିକ ଛାତ୍ରଛାତ୍ରୀ l ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କୋଣାର୍କ,୧୦.୧୨- କୋଣାର୍କ ବସଷ୍ଟାଣ୍ଡ ନିକଟରେ ଧର୍ମପଦ ପ୍ରେସ କ୍ଲବ, କୋଣାର୍କ ପକ୍ଷରୁ ସାମାଜିକ ସୁରକ୍ଷା ଦୃଷ୍ଟିରୁ ସଚେତନତା କାର୍ଯ୍ୟକ୍ରମ ସଡ଼କ ସୁରକ୍ଷା ଏବଂ ଜଙ୍ଗଲ ସୁରକ୍ଷା ବାର୍ତ୍ତା ନେଇ ଏକ ସଚେତନତା କର୍ମଶାଳା ବୁଧବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ଅତିଥି ଭାବେ ପୂରୀ ଜିଲ୍ଲା ପରିବହନ ବିଭାଗ ମୋଟର ଯାନ ନିରୀକ୍ଷକ ଅମିତ୍ କୁମାର ରାଣା, କୋଣାର୍କ ଏନଏସି ଅଧ୍ୟକ୍ଷା ସଂଯୁକ୍ତା ତ୍ରିପାଠୀ, ରେଞ୍ଜ ଅଧିକାରୀ ସୁଦର୍ଶନ ଦେହୁରୀ, ଓଡିଶା କିନ୍ନର ସଙ୍ଘ ସଭାନେତ୍ରୀ ସମାଜସେବି ସୁଇଟି ସାହୁ ମାଆ, ଶିକ୍ଷାବିତ ପ୍ରକାଶ ଚନ୍ଦ୍ର ଖଟୋଇ, ସତ୍ୟ ଖବର ସମ୍ପାଦକ ଅକ୍ଷୟ କୁମାର ନାୟକ, ଧର୍ମପଦ ପ୍ରେସ କ୍ଲବ ଉପଦେଷ୍ଟା ମୋହନ ଚରଣ ପ୍ରଧାନ, ବରିଷ୍ଠ ସାମ୍ବାଦିକ ମହେଶ୍ୱର ସାମଲ, ପ୍ରଧାନ ଶିକ୍ଷକ ନିହାର ରଞ୍ଜନ ଲେଙ୍କା, କୋଣାର୍କ ଥାନା ସବ୍ ଇନ୍ସପେକ୍ଟର କେଦାର ଦୋରା, କିନ୍ନର ନେତ୍ରୀ ଦୀପା କିନ୍ନର, ଅଟୋ ସଙ୍ଘ ସଭାପତି ଶ୍ରୀକାନ୍ତ ନାୟକ ପ୍ରମୁଖ ଯୋଗ ଦେଇଥିଲେ। ଏହି କର୍ମଶାଳାରେ ଯୋଗଦେଇଥିବା ଶତାଧିକ ଛାତ୍ରଛାତ୍ରୀ ଓ ସାଧାରଣ ଲୋକଙ୍କୁ ଯୋଗ ଦେଇଥିବା ଅତିଥି ମାନେ ସଚେତନ ଧର୍ମୀ ବାର୍ତ୍ତା ବଣ୍ଟନ କରିଥିଲେ। ବିଶେଷ କରି ସଡ଼କ ସୁରକ୍ଷା ରେ କିପରି ସଡ଼କ ଓ ପରିବହନ ବିଭାଗ ନିୟମ ମାନି ଚଳିବା, ହେଲମେଟ ବ୍ୟବହାର କରିବା, ୧୮ ବର୍ଷରୁ କମ୍ ବୟସ୍କ ଗାଡି ଚାଳନା ନକରିବା, ମଦ୍ୟପାନ କରି ଗାଡି ଚାଳନା ନକରିବା ସହ ଅନ୍ୟାନ୍ୟ ନିୟମ କାନୁନ୍ ଉପରେ କର୍ମଶାଳାରେ ଆଲୋକପାତ କରାଯାଇଥିଲା।

ପରେ ପରେ ଜଙ୍ଗଲ ସୁରକ୍ଷା ନେଇ ମଧ୍ୟ ଅତିଥି ମାନେ ମଧ୍ଯ ଅନେକ ମତାମତ ପ୍ରଦାନ କରିଥିଲେ। ବିଶେଷକରି ଗଛ ନ କାଟିବା, ସମସ୍ତେ ଗୋଟେ ଗୋଟେ ବୃକ୍ଷ ରୋପଣ କରିବା ସହ ଯତ୍ନ ନେବା ଓ ବନ୍ୟ ଜନ୍ତୁଙ୍କ ପ୍ରତି ଦୟା ଭାବ ଦେଖାଇବା ନେଇ ସଚେତନତା ସୃଷ୍ଟି କରାଯାଇଥିଲା। କାର୍ମଶାଳା ପରେ ଛାତ୍ରଛାତ୍ରୀଙ୍କ ସହ ସମସ୍ତ ଅତିଥି ଓ କର୍ମଚାରୀ ମାନେ ଏକ ସଚେତନ ଶୋଭାଯାତ୍ରାରେ ଯାଇ ପ୍ରଥମେ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ପରିସରରେ ବୃକ୍ଷ ରୋପଣ ଓ ପରେ ପରେ କୋଣାର୍କ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ୟାପକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା। ଧର୍ମପଦ ପ୍ରେସ କ୍ଲବ ସଭାପତି ପ୍ରତାପ କୁମାର କାଣ୍ଡି ଅତିଥି ମାନଙ୍କ ପରିଚୟ ପ୍ରଦାନ ସହ ସମସ୍ତଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ। ଶିକ୍ଷାବିତ୍ ରାମକୃଷ୍ଣ ମହାନ୍ତି ମଞ୍ଚ ସଂଯୋଜନା କରିଥିବା ବେଳେ ସମ୍ପାଦକ ଜ୍ଞାନ ରଞ୍ଜନ ବିଶ୍ଵାଳ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

କର୍ମଶାଳାକୁ ଧର୍ମପଦ ପ୍ରେସ କ୍ଲବ ସଭାପତି ଓ ସଂପାଦକଙ୍କ ସହ କର୍ମକର୍ତ୍ତା ବାବୁଲି ଚାନ୍ଦ, ସନ୍ତୋଷ ଗୋଚ୍ଛାୟତ, ସୌମ୍ୟ ରଞ୍ଜନ ମହାରଣା ଓ ମନୋଜ କୁମାର ବିଶ୍ଵାଳ ପ୍ରମୁଖ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ବିଚିତ୍ର ଓଝା, ଗଣେଶ ବେହେରା, ସଚ୍ଚିଦାନନ୍ଦ ଗୋଚ୍ଛାୟତ, ରୋଜାଲିନ ପ୍ରଧାନ, ଏସ କାଜଲ, ସ୍ବେଚ୍ଛାସେବୀ ବିଦ୍ୟାଧର ବେହେରା, ଗୋବିନ୍ଦ ମୁଦୁଲି, ଫରେଷ୍ଟର ତପନ କୁମାର ନାୟକ, ଶିକ୍ଷକ ଭାଗିରଥୀ ପାଇକରାୟ, ଲୋକନାଥ ବେହେରା, ପୂର୍ଣ୍ଣଚନ୍ଦ୍ର ମୁଦୁଲି ପ୍ରମୁଖଙ୍କ ସହ ବନ ବିଭାଗ କର୍ମଚାରୀ, ସଡ଼କ ଓ ପରିବହନ କର୍ମଚାରୀ, ଅଟୋ ଚାଳକ ଓ ସରକାରୀ ଉଚ୍ଚ ବିଦ୍ୟାଳୟ, ଆର୍ତ୍ତତ୍ରାଣ କାର୍ତ୍ତିକେଶ୍ୱର ବିଦ୍ୟାପୀଠ , ବିବେକାନନ୍ଦ ଶିକ୍ଷା କେନ୍ଦ୍ରର ଶତାଧିକ ଏନସିସି ଛାତ୍ରଛାତ୍ରୀ ମାନେ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *