ନିଶା ମୁକ୍ତ ଜୀବନ ପାଇଁ ସଚେତନତା କାର୍ଯ୍ୟକ୍ରମ
ତିର୍ତ୍ତୋଲ:ତିର୍ତ୍ତୋଲ ସ୍ଥିତ ଆଦିକବି ଶାରଳା ଦାସ ମହାବିଦ୍ୟାଳୟ ପରିସରରେ ତିର୍ତ୍ତୋଲ ତଲୁକ ଆଇନି ସେବା କମିଟି ପକ୍ଷରୁ ନିଶାମୁକ୍ତ ଜୀବନ ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ତାଲୁକ ଆଇନିସେବା କମିଟିର ଚେୟାରମ୍ୟାନ ତଥା ତିର୍ତ୍ତୋଲ କୋର୍ଟ ର ବିଚାର ପତି ପାରସ ପାଢ଼ୀ, ତିର୍ତ୍ତୋଲ ଓକିଲ ସଂଘ ସଭାପତି ଆଲ୍ଲାହଦ ପରିଜା, ସମ୍ପଦକ ସରୋଜ କୁମାର ପାଣିଗ୍ରାହୀ, କଲେଜ ଉପାଧକ୍ଷ ଅରୁଣ କୁମାର ପଣ୍ଡା, ବରିଷ୍ଟ ଆଇନିଜିବୀ ସୁଧୀର କୁମାର ଖୁଣ୍ଟିଆ, ଟୁକନ ଚରଣ ସେଠୀ, ବିନୟ କୁମାର ସ୍ୱାଇଁ ,ସୁବୋଧ ଚନ୍ଦ୍ର ଖୁଣ୍ଟିଆ ପ୍ରମୁଖ ଯୋଗଦେଇ ଛାତ୍ର ଛାତ୍ରୀ

ମାନଙ୍କୁ ନିଶାଯୁକ୍ତ ଜୀବନ ପରିଣତି ସମ୍ପର୍କରେ ଆଲୋଚନା କରି ନିଶାମୁକ୍ତ ଜୀବନ ଯାପନ ପାଇଁ ସଚେତନ କରାଇଥିଲେ।ଏହି ଅବସରରେ ବନ୍ଦେ ମାତରମ ଗାନ ସହିତ ସ୍ବଦେଶୀ ବ୍ୟବହାର ପାଇଁ ଶପଥ ପାଠ କରାଯାଇଥିଲା।କଲେଜ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ନାଟକ ପରିବେଷଣ କରାଯାଇଥିଲା।କାର୍ଯ୍ୟକ୍ରମ କୁ କୋର୍ଟ କର୍ମଚାରୀ ଓ କଲେଜ ଅଧ୍ୟାପକ ଅଧ୍ୟାପିକା କର୍ମଚାରୀ ସଂଯୋଜନା କରିବାରେ ସକ୍ରିୟ ସହଯୋଗ କରିଥିଲେ।
