ବିଶ୍ୱ ଏଡ଼ସ ଦିବସ ଉପଲକ୍ଷେ ମହାବିଦ୍ୟାଳୟରେ ସଚେତନତା ରାଲି
** ଆନନ୍ଦପୁର ମହାବିଦ୍ୟାଳୟ ରେ ବିଶ୍ୱ ଏଡ଼ସ ଦିବସ ସଭାନୂତନ ସମ୍ମିଳନୀ କକ୍ଷ ରେ ଅଧ୍ୟକ୍ଷ ଡ଼କ୍ଟର ନାରାୟଣ ମିଶ୍ର ଙ୍କ ଅଧକ୍ଷତା ରେ ଅନୁଷ୍ଠିତ ହୋଇଯାଇଅଛି l .ମୁଖ୍ୟ ବକ୍ତା ଭାବେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟ ର ସୁନାମଧାନ୍ୟ ଚକ୍ଷୁ ବିଶେଷଂଜ୍ଞ ଡାକ୍ତର ଉଦୟ ଭାସ୍କର ପଣ୍ଡା ଯୋଗ ଦେଇ ଏଡସ ର କାରଣ ଓ ନିରାକରଣ ସମ୍ବନ୍ଧ ରେ ଆଲୋଚନା କରିଥିଲେ. I ବକ୍ତା ଭାବେ ଡ଼କ୍ଟର ଦିବ୍ୟାଲୋଚନ ଭୂୟାଁ ଯୋଗ ଦେଇ ସଚେତନତା ହିଁ ଏଡସ ରୁ ସୁରକ୍ଷା ବୋଲି ମତ ରଖିଥିଲେ l .ସମ୍ମାନିତ ଅତିଥି ଭାବେ ପ୍ରାଧ୍ୟାପକ ଶିବ ଚରଣ ବେହେରା,ମାୟାଧର ନାୟକ ଯୋଗଦେଇଥିଲେ. I ଅଧ୍ୟାପକ ରଘୁଦୀପ୍ତି ନାୟକ ଙ୍କ ସଂଯୋଜନା ରେ ପୁଷ୍ପଲତା ରାମ ସ୍ୱାଗତ ସଂଗୀତ ପରିବେଷଣ କରିଥିବାବେଳେ ଯୁବ ରେଡ କ୍ରସର ଉପଦେଷ୍ଟା ପୂର୍ଣାନନ୍ଦ ପାର୍ଥ ସାରଥୀ ଶଙ୍ଖୁଆ ଧନ୍ୟ ବାଦ୍ ଅର୍ପଣ କରିଥିଲେ l .ଯୁବ ରେଡକ୍ରସ ର ବରିଷ୍ଟ ଉପଦେଷ୍ଟା ପ୍ରଫୁଲ୍ଲ କୁମାର ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ଏନ ସି ସି ଏନ ଏସ ଏସ, ସ୍କାଉଟ ଏବଂ ୱାଇ ଆର ସି ଗାଇଡ଼ ର ସ୍ବେଛାସେବୀ ମାନେ ମହାବିଦ୍ୟାଳୟ ପ୍ରାଙ୍ଗଣ ରୁ ଏକ ସଚେତନତା ରାଲି ଆନନ୍ଦପୁର ବ୍ରିଜ ଛକ ପର୍ଯ୍ୟନ୍ତ ଯାଇ ଜନସାଧାରଣ ମାନଙ୍କୁ ସ୍ଲୋଗାନ ମାଧ୍ୟମ ରେ ସଚେତନ କରିଥିଲେ. L ଡ଼କ୍ଟର ଶକ୍ତି ପ୍ରସାଦ ମହାପାତ୍ର,ବିଶ୍ୱଜିତ ରାଉତ,ସୁଲୋଚନା ସାହୁ,କେଶବ ଜେନା,ଦେବବ୍ରତ ରାମ,ଶ୍ରୀକାନ୍ତ ପଟେଲ,ସ୍ବେଛାସେବୀ ବିଶ୍ୱନାଥ ବେହେରା,ଜାଗୃତି ମିଶ୍ର,ଶିବାନନ୍ଦ ଶଙ୍ଖୁଆ,ଆଶୁତୋଷ ଆଚାର୍ଯ୍ୟ,ପ୍ରତୀକ୍ଷା ଦତ୍ତ,ଦଳିରାଣୀ ବେଜ,ଲିନା ବେହେରା,ଦୁର୍ଗା ମୁଣ୍ଡା,ଅଜିତ କୁମାର ଜେନା,ଶିବ ପ୍ରସାଦ ମହାରଣା ପ୍ରମୁଖ ସଚେତନତା ସଭା ପରିଚାଳନା କରିଥିଲେ.l
