ପୁରୀ ବେଳାଭୂମି ରେ ମାନସିକ ସ୍ଵାସ୍ଥ୍ୟ ଦିବସ ଉପଲକ୍ଷେ ସଚେତନତା କାର୍ଯ୍ୟକ୍ରମ
ପୁରୀ, ତା 09.10.2025 ରିଖ|ଆଜି ପୁରୀରେ ମାନସିକ ସ୍ଵାସ୍ଥ୍ୟ ଦିବସ ଉପଲକ୍ଷେ ବାଲୁକା ଶିଳ୍ପ ଦ୍ଵାରା ମାନସିକ ସ୍ବାସ୍ଥ୍ୟ ସଚେତନତା ହୋଇ ଆସିଅଛି।ଏହି କାର୍ଯକ୍ରମ ରେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ଡା. ଅକ୍ଷୟ କୁମାର ଶତପଥୀ (CDMO), ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀ (DPHO) ଡ଼ା. ସଞ୍ଜୁ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଏବଂ ଜରୁରୀ କାଳୀନ ପରିସ୍ଥିତି ରେ ମାନସିକ ସ୍ଵାସ୍ଥ୍ୟ ସେବା ପାଇଁ ଜିଲ୍ଲା ରେ ଥିବା ବ୍ୟବସ୍ଥା ଉପରେ ମତ ରଖିଥିଲେ।

ଏହା ସହିତ ବିପର୍ଯୟ ସମୟରେ ମାନସିକ ସ୍ଵାସ୍ଥ୍ୟ ସେବା ଉପରେ କିପରି ସଚେତନ ହୋଇପାରିବା ତା ଉପରେ ବିଶେଷ ଭାବେ ଆଲୋଚନା କରିଥିଲେ । ଉକ୍ତ କାର୍ଯକ୍ରମ ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ର ମାନସିକ ବିଭାଗର ଡି.ଏମ୍.ଏଚ୍.ପି ଏବଂ ଡି. ଏ. ସି କର୍ମକର୍ତ୍ତାଙ୍କ ଦ୍ଵାରା ଆୟୋଜିତ କରାଯାଇଥିଲା । ଏହି ପ୍ରୋଗ୍ରମ୍ ରେ ମାନସିକ ବିଭାଗ ମୁଖ୍ୟ, ବିପର୍ଯ୍ୟୟ କିମ୍ବା ଅନ୍ୟାନ୍ୟ ଜରୁରୀ କାଳୀନ/ସଙ୍କଟାପନ୍ନ ପରିସ୍ଥିତିରେ ନିଜର ମାନସିକ ସ୍ଵାସ୍ଥ୍ୟର ଯତ୍ନବାନ ହେବା ପାଇଁ ଅନୁରୋଧ କରିଥିଲେ । ମାନସିକ ସ୍ଵାସ୍ଥ୍ୟ ଜନିତ ଅସୁବିଧାକୁ ଅବହେଳା ନକରି ଜିଲ୍ଲାରେ ଉପଲବ୍ଧ ଥିବା ମାନସିକ ସ୍ୱାସ୍ଥ୍ୟ ସୁବିଧା ର ସାହାଯ୍ୟ ନେବା ଏବଂ ଟେଲିମାନସ ହେଲ୍ପଲାଇନ(୧୪୪୧୬) କୁ ଯୋଗାଯୋଗ କରିବା।
