ନୟାଗଡ଼ ଙ୍କ ତରଫ ରୁ ଅଧାରୁ ପାଠ ଛାଡୁଥିବା ଛାତ୍ର, ଛାତ୍ରୀ ଙ୍କ ପାଇଁ ସଚେତନତା ଶିବିର

ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନୟାଗଡ଼ ଙ୍କ ତରଫ ରୁ ଅଧାରୁ ପାଠ ଛାଡୁଥିବା ଛାତ୍ର, ଛାତ୍ରୀ ଙ୍କ ପାଇଁ ସଚେତନତା ଶିବିର


ନୟାଗଡ଼, ଜିଲ୍ଲା ଦୈ।ରା ଜଜ୍ ତଥା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଆନନ୍ଦ ନାରାୟଣ ମହାରଣା ଙ୍କ ନିର୍ଦ୍ଦେଶରେ ସଚିବ, ଅଞ୍ଜଳି ମଚ୍ଚଖଣ୍ଡଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ ବାମନ ଅବକାଶ ଉଚ୍ଚ ବିଦ୍ୟାଳୟ,ଇଟାମାଟି ଠାରେ ବିଦ୍ୟାଳୟ ର ଶତାଧିକ ଛାତ୍ରଛାତ୍ରୀ ତଥା ଶିକ୍ଷକ, ଶିକ୍ଷୟିତ୍ରୀ ମାନଙ୍କୁ ନେଇ ଅଧାରୁ ପାଠ ଛାଡୁଥିବା ଛାତ୍ର, ଛାତ୍ରୀ ଙ୍କ ପୁନଃ ବିଦ୍ୟାଳୟ କୁ ପ୍ରତ୍ୟାବର୍ତନ ସମ୍ବନ୍ଧ ରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭ ରେ, ଜିଲ୍ଲା ଆଇନ ସେବା ପ୍ରାଧିକରଣ କର୍ମଚାରୀ ପବନ କୁମାର ବେହେରା ଅତିଥି ମାନଙ୍କ ର ପରିଚୟ ପ୍ରଦାନ କରିଥିବା ବେଳେ ସଚିବ, ଅଞ୍ଜଳି ମଚ୍ଚଖଣ୍ଡ ଆନୁଷ୍ଠାନିକ ଭାବେ ଏହି ଶିବିର ଟିକୁ ଉଦ୍ ଘାଟନ କରି ନିଜ ବକ୍ତବ୍ୟରେ କହିଥିଲେ, ଆଜିର ଛାତ୍ର, ଛାତ୍ରୀ କାଲି ର ଭବିଷ୍ୟତ । ଛାତ୍ର, ଛାତ୍ରୀ ମାନେ ଯଦି ଶିକ୍ଷା ଲାଭ ରୁ ବଞ୍ଚିତ ହୁଅନ୍ତି ତାହାଲେ ସମାଜ ର ଉର୍ଣ୍ଣତି ସଂଭବ ନୁହେଁ। ସେଥିପାଇଁ ଆମ ସରକାର ଶିକ୍ଷା କୁ ଅଗ୍ରାଧିକାର ଦେଇଛନ୍ତି। ଛାତ୍ର, ଛାତ୍ରୀ ଙ୍କ ର ଶିକ୍ଷା ପ୍ରତି ଆକୃଷ୍ଟ କରିବା ପାଇଁ ବିଭିନ୍ନ ଯୋଜନା ମାନ ପ୍ରଣୟନ କରିଛନ୍ତି। ପିଲା ମାନେ ଅଧାରୁ ପାଠ ଛାଡ଼ିବା ଦ୍ଵାରା ସମାଜ ରେ ବିଶୃଙ୍ଖଳା ସୃଷ୍ଟି କରିଥାନ୍ତି। ଏହାକୁ ଦୃଷ୍ଟିରେ ରଖି ଆମ ସରକାର ବିଭିନ୍ନ ଯୋଜନା ମାନ କରି ପିଲାମାନଙ୍କୁ ଶିକ୍ଷା ପ୍ରତି ଆକୃଷ୍ଟ କରିବା ପାଇଁ ଆଇନ ପ୍ରଣୟନ କରିଛନ୍ତି। ଯଦି କେହି ଏହାର ଖିଲାପ କରନ୍ତି ତାହେଲେ ସେ ଆଇନ ଅନୁଯାୟୀ ଦଣ୍ଡିତ ହେବେ ବୋଲି ମତବ୍ୟକ୍ତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅଧିବକ୍ତା ଦଣ୍ଡପାଣି ସ୍ବାଇଁ, ଆଇନ ବିଶାରଦ ,ରମେଶ ଚନ୍ଦ୍ର ମହାରଣା ପ୍ରାଧିକରଣ ସଦସ୍ୟା, କ୍ଷଣପ୍ରଭା କର, ପ୍ରଧାନ ଶିକ୍ଷକ,ପ୍ରଶନ୍ନ କୁମାର ମହାପାତ୍ର, ଶିକ୍ଷକ,ଶରତ ଚନ୍ଦ୍ର ଆଚାର୍ଯ୍ୟ ପ୍ରମୁଖ ନିଜ ନିଜର ବକ୍ତବ୍ୟ ରଖିଥିଲେ।ଉକ୍ତ କାର୍ଯ୍ୟକ୍ରମକୁ ସଫଳ କରିବା ରେ ଅଧିକାର ମିତ୍ର ପ୍ରମୋଦ କୁମାର ମହାନ୍ତି, କୃପାସିନ୍ଧୁ ରାଉତ, ପ୍ରକାଶ ଚନ୍ଦ୍ର ଦଳେଇ, ରତ୍ନାକର ଦଳେଇ, ଇପ୍ସିତା ଦଳବେହେରା,ମିକି ରାଉତ, ସୁନିତା ବାରିକ,ବାନି ବନ୍ଦନା ବିଶ୍ବାଳ, ଅନୁପମା ରାଉତ,କୀର୍ତି ଆଚାର୍ଯ୍ୟ, ରସ୍କିତା ଦେଇ, ଆୟୁଷ୍ମାନ ଚୈ।ଧୁରୀ ଏବଂ ଆଇନ ସେବା ପ୍ରାଧିକରଣ କର୍ମଚାରୀ ପ୍ରଶାନ୍ତ କୁମାର ସାହୁ, ରାଜେଶ କୁମାର ବାରିକ ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ଅଧିକାର ମିତ୍ର ପ୍ରଫୁଲ୍ଲ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *