ମାନସିକ ସ୍ଵାସ୍ଥ୍ୟ ସମ୍ବନ୍ଧିତ ସଚେତନା କାର୍ଯ୍ୟକ୍ରମ।
ରଘୁନାଥପୁର -ତା ୧୧.୧୦:-ଜଗତସିହପୁର ଜିଲ୍ଲା ରଘୁନାଥପୁର ବ୍ଲକର ଗୋଠିଣା ସ୍ଥିତ ନରେନ୍ଦ୍ର ବିଦ୍ୟାମନ୍ଦିର ପରିସରରେ ଗତକାଲି ଏକ ମାନସିକ ସ୍ଵାସ୍ଥ୍ୟ ସମ୍ବନ୍ଧିତ ସଚେତନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଇନଗତ ସେବା ଅଧିକାରୀଣୀ ତଥା ସିନିୟର୍ ସିଭିଲ ଜର୍ଜ ଚନ୍ଦନା ମ୍ୟାଡମ ମୁଖ୍ୟ ଅତିଥି ରୂପେ ଯୋଗଦେଇ ମାନସିକ ସ୍ଵାସ୍ଥ୍ୟ ସମ୍ବନ୍ଧିତ ସଚେତନା ଉପରେ ବୁଝେଇବା ସହ ଏହା ଉପରେ ଏକ ବିବରଣୀ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିୟ ଅତିଥି ରୂପେ ସ୍କୁଲ ପରିଚାଳନା କମିଟି ର ଅବସରପ୍ରାପ୍ତ ଶିକ୍ଷକ ଆଦିକନ୍ଦ ନାଏକ , ସ୍ବେଚ୍ଛାସେବୀ ଆଇନ୍ ସଚେତକ ଜାହାଙ୍ଗୀର ବେଗ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ନରେନ୍ଦ୍ର ବିଦ୍ୟାମନ୍ଦିର ର ପ୍ରଧାନ ଶିକ୍ଷୟତ୍ରୀ ରଶ୍ମୀ ପ୍ରଭା ନାଏକ ପରିଚାଳନା କରିଥିବାବେଳେ ଶିକ୍ଷକ କୁଞଲ ନାଗ, ଶିକ୍ଷୟତ୍ରୀ ସୈାଦାମିନି ମଲ୍ଲିକ, ଶିକ୍ଷକ ଜଗାବଳିଆ ମିଶ୍ର, କିରାଣୀ ହିତେଦ୍ର ସାହୁ ଏବଂ ପିଅନ ନରେନ୍ଦ୍ର ନାଥ ରାଉତ ସହଯୋଗ କରିଥିଲେ। ଏଠାରେ ସୁଚନା ଥାଉ କି ଏହି କାର୍ଯ୍ୟକ୍ରମକ ଭଦ୍ରେଶ୍ୱର ଉଚ୍ଚ ବିଦ୍ୟାଳୟ ସାଦେଇପୁର ଠାରେ ମଧ୍ୟ ଅନୁଷ୍ଠିତ ହୋଇଥିଲା।
