ପୃଥିବୀକୁ ସୁରକ୍ଷା ଦେଉଥିବା ଛତା ଓଜନ ସ୍ତରର ସୁରକ୍ଷା ପାଇଁ ସଚେତନା ସଭା।

ବ୍ରହ୍ମଗିରି: ମଣିଷକୁ ଯେପରି ଛତା ଖରା ବର୍ଷାରୁ ସୁରକ୍ଷିତ ରଖେ। ସେହିପରି ପୃଥିବୀକୁ ସୁରକ୍ଷିତ ରଖିଛି ପୃଥିବୀର ଚତୁପାର୍ଶରେ ଥିବା ଓଜୋନ ସ୍ତର।ଓଜୋନ ହେଉଛି ଅମ୍ଳଜାନର ଆଉ ଏକ ସ୍ୱରୂପ ଯାହାର ରାସାୟନିକ ପ୍ରତୀକ ହେଉଛି O3 । ଆମ ବାୟୁ ମଣ୍ଡଳରେ ଖୁବ କମ ପରିମାଣର ଓଜୋନ (ଏକ ପ୍ରକାର ଗ୍ୟାସୀୟ ଉପାଦାନ) ରହିଛି । ତଥାପି ଏହାର ଆବଶ୍ୟକତା ମଣିଷ ସମାଜ ପାଇଁ ଅପରିହାର୍ଯ୍ୟ । କାରଣ ହେଉଛି, ଓଜୋନର ଅଧିକାଂଶ ଭାଗ ବାୟୁମଣ୍ଡଳର ସର୍ବୋଚ୍ଚ ସ୍ତରରେ ଅର୍ଥାତ ଭୂପୃଷ୍ଠର ୧୦ରୁ ୪୦ କିଲୋମିଟର ଉର୍ଦ୍ଧ୍ୱରେ ରହିଥାଏ । ଏହି ସ୍ତରକୁ ଷ୍ଟ୍ରାଟୋଫିଅର (stratosphere ) କୁହାଯାଏ । ଏହି ସ୍ତର ପ୍ରାୟତଃ ଶତକଡା ୯୦ ଓଜୋନ ଉପାଦାନକୁ ନେଇ ଗଠିତ । ଓଜୋନ ସ୍ତର ଆମ ପାଇଁ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ । କାରଣ ଏହି ଓଜୋନ ସ୍ତର ସୂର୍ଯ୍ୟରୁ ନିର୍ଗତ କେତେକ ଅରିବାଇଗଣୀ ରଶ୍ମୀ, ଯାହାକି ମାନବ ଶରୀର ପାଇଁ କ୍ଷତିକାରକ, ଗ୍ରହଣ କରିନିଏ । ଫଳରେ ଆମେ ଅତିବାଇଗଣୀ ରଶ୍ମୀର କୁପ୍ରଭାବରୁ ଦୂରେଇ ରହୁ । ଏହିପରି ଓଜୋନ ସ୍ତର ଆମ ପାଇଁ ଏକ ଢାଲ ସଦୃଶ କାର୍ଯ୍ୟ କରିଥାଏ ।କିନ୍ତୁ ଏହି ଓଜୋନ ସ୍ତର ଏବେ ବିପଦରେ। ଏହା ପତଳା ହେବା ସହିତ ଏଥିରେ ଦେଖାଦେଇଛି ଛିଦ୍ର।

ଏହାର ସୁରକ୍ଷା ନିମନ୍ତେ ସରକାର ତଥା ବିଶ୍ବବାସୀ ଚିନ୍ତା କରିବା ଦରକାର। ବିଭିନ୍ନ କଳକାରଖାନା, ଏସି, ଫ୍ରିଜ, ଗାଡି ମଟରସାଇକେଲରୁ ନିର୍ଗତ ସିଫସିଏସ ଗ୍ଯାସ ଏହି ଓଜୋନ ସ୍ତର ପାଇଁ ବିପଦ ସାଜିଛି। ଏହା ବିଶ୍ବ ସ୍ତରର ସମସ୍ଯା ହେଲେମଧ୍ୟ ସ୍ଥାନିତ ଭାବରେ ଆମକୁ ଉଦ୍ଯମ କରିବା। ପ୍ରତ୍ଯକ ଗଛଟିଏ ଲଗାଇବା। ଏସି, ଫ୍ରିଜ, ଗାଡି ମଟର କମ ବ୍ଯବହାର କରିବାକୁ ସଭାରେ ପରାମର୍ଶ ଦେଇଥିଲେ ବକ୍ତାମାନେ। ଏହି ଦିବସ ଅବସରରେ ଓଜୋନ ସୁରକ୍ଷାକୁ ନେଇ କୁଇଜ , ଭାଷଣ , ଚିତ୍ରାଙ୍କନ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା।ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ସୁବର୍ଣ୍ଣ ସାମନ୍ତରାୟଙ୍କ ଅଧ୍ଯକ୍ଷତା ଆୟୋଜିତ ସଚେତନତା ବୈଠକରେ ଅଧ୍ୟାପିକା ଶ୍ରୀମତୀ ଶାନ୍ତିଲତା ବାରିକ, ଶ୍ରୀମତୀ ଅରୁନ୍ଧତୀ ସ୍ବାଇଁ, ଶ୍ରୀ ଦେବାଶିଷ ପାତ୍ର, ଶ୍ରୀ ସ୍ବାଧିନ ବେହେରା ସୁଶ୍ରୀ ରାଜଲକ୍ଷ୍ମୀ ବେହେରା ପ୍ରମୁଖ ବକ୍ତବ୍ଯ ରଖିଥିଲେ। ଇକୋଶିକ୍ଷକ କାଶୀନାଥ ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *