ଯକ୍ଷ୍ମାମୁକ୍ତ ଗ୍ରାମ ପଞ୍ଚାୟତ ନିମନ୍ତେ ସଚେତନତା ତାଲିମ ଅନୁଷ୍ଠିତ

ରାୟଗଡ଼ା-୧୬/୯-ରାୟଗଡ଼ା ବ୍ଳକ ସଦଭାବନା ଗୃହରେ ଯକ୍ଷ୍ମାମୁକ୍ତ ଗ୍ରାମ ପଞ୍ଚାୟତ ନିମନ୍ତେ ସଚେତନତା ତାଲିମ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷା ସୁଶ୍ରୀ ଟୁନି ହୁଇକା ଏହାର ଉଦଘାଟନ କରିଥିଲେ। ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ କାଳୁ ଚରଣ ନାୟକ ଉଦ୍ଦେଶ୍ଯ ଜ୍ଞାପନ କରିବା ସହ ସୁସ୍ଥ ଗ୍ରାମ ପଞ୍ଚାୟତ ଗଠନରେ ଏହାର ଭୂମିକା ବିଷୟରେ କହିଥିଲେ । ପି ଏ ଗୋପାଳ ପଣ୍ଡା, ବିଭାଗୀୟ ଅଧିକାରୀ ରାଜକିଶୋର ଦାସ ପ୍ରମୁଖ ମଞ୍ଚାସୀନ ଥିଲେ।

ଜନସ୍ବାସ୍ଥ୍ୟ ବିଭାଗର ଯକ୍ଷ୍ମା ବିଭାଗ ବୈଷୟିକ ସୁପରଭାଇଜର, ଗୋଷ୍ଠୀ , ଶିଶୁ ବିକାଶ ବିଭାଗର ସୁପରଭାଇଜର ଯୋସଦା ବିଭୋର ଓ ବରିଷ୍ଠ ଶିକ୍ଷକ ଉମାଶଙ୍କର ପଣ୍ଡା ସମ୍ବଳ ବ୍ଯକ୍ତି ରୂପେ ତାଲିମ ପ୍ରଦାନ କରିଥିଲେ । ଅଙ୍ଗନୱାଡି କର୍ମୀ, ଆଶାକର୍ମୀ, ଏମବିକେ, ସିଆରପି, ଏ ଏନ ଏମ, ୱାର୍ଡ ସଭ୍ଯ, ସମିତି ସଭ୍ଯ ପ୍ରମୁଖ ଏହି ତାଲିମ ଶିବିରରେ ଯୋଗଦାନ କରିଥିଲେ । ଜିପିଡିଓ ସ୍ମୃତିରେଖା ନାୟକ, ବୈଷୟିକ ସଞ୍ଜୋଜକ ଯୋଗେନ୍ଦ୍ର ନାୟକ ଏହାର ପରିଚାଳନା କରିଥିଲେ । ଶିକ୍ଷକ ନୀଳାଞ୍ଚଳ ମିଶ୍ର ପରିଚାଳନାରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *