ଆୟନ୍ ଗ୍ରୁପ୍ ଅଫ୍ ଇନ୍‌ସ୍ଟିଟ୍ୟୁସନ୍ସ, ଫୁଳବାଣୀରେ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ ।

କନ୍ଧମାଳ ତା ୨୫ /୦୯/୨୦୨୫,ଫୁଲବାଣୀ ସ୍ଥାନୀୟ ଶନି ମନ୍ଦିର ପାଖରେ ଥିବା ଅତି ଲୋକ ପ୍ରିୟ ଶିକ୍ଷା ନୁଷ୍ଟାନ ଆୟନ୍ ଗ୍ରୁପ୍ ଅଫ୍ ଇନ୍‌ସ୍ଟିଟ୍ୟୁସନ୍ସ, ଫୁଳବାଣୀ କ୍ୟାମ୍ପସ୍‌ରେ ୨୫ ସେପ୍ଟେମ୍ବର ୨୦୨୫, ବୁଧବାର ଦିନ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ ଉଦ୍‌ୟାପିତ ହେଲା। ନୂତନ ଶିକ୍ଷାର୍ଥୀମାନଙ୍କୁ ସ୍ୱାଗତ କରିବା ସହ ସେମାନଙ୍କର ଭବିଷ୍ୟତ ପଥକୁ ଆଗକୁ ନେବା ହେଲା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଶ୍ରୀ ଅନିଲ କୁମାର ବେହେରା ଉପସ୍ଥିତ ହୋଇ ନୂଆ ପିଢ଼ିକୁ ଶିସ୍ତ, କେନ୍ଦ୍ରୀକୃତ ପ୍ରୟାସ ଓ ନବୀନତାର ପଥରେ ଅଗ୍ରସର ହେବାକୁ ପ୍ରେରିତ କଲେ।ସମାରୋହରେ ଉପ ଜିଲ୍ଲାପାଳ ଶ୍ରୀ ଭିକାରୀ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ସାମାଜିକ ଦାୟିତ୍ୱ, ସତ୍ୟନିଷ୍ଠା ଓ ସମାଜସେବାର ମହତ୍ତ୍ୱ ବିଷୟରେ ପ୍ରେରଣାଦାୟକ ମନ୍ତବ୍ୟ ଦେଇଥିଲେ ।ଡିନ୍ ଶ୍ରୀ ସୁଶାନ୍ତ କୁମାର ସାହୁ ଅଧ୍ୟକ୍ଷତା କରିଥିବା ଏହି କାର୍ଯ୍ୟକ୍ରମରେ ସେ ୨୦୧୮ରୁ ଆରମ୍ଭ କରିଥିବା ସଂସ୍ଥାର ଉନ୍ନତିର କଥା ଉଲ୍ଲେଖ କଲେ। ସେ କହିଥିଲେ, “ମାତ୍ର ସାତ ବର୍ଷରେ, ଏହି ସଂସ୍ଥାରୁ ବହୁ ସ୍ନାତକ/ସ୍ନାତକୋତ୍ତର ପ୍ରସ୍ତୁତି ହୋଇ ସଫଳତାର ପଥେ ପଦାର୍ପଣ କରିଛନ୍ତି।କାର୍ଯ୍ୟକ୍ରମର ସୁଚାଳନା କୁମାରୀ ଖୁସ୍‌ବୁ ନାୟକ, ଶ୍ରୀ ଜ୍ଞାନପ୍ରକାଶ ଦିଗାଲ, କୁମାରୀ ରୁପାଳି ଜାଲ ଓ କୁମାରୀ ସୌମ୍ୟରାଣୀ

ଭୋଇ କରିଥିଲେ। ସେମାନଙ୍କ ହସ୍ତକୌଶଳରେ ଦର୍ଶକମାନେ ସାରା କାର୍ଯ୍ୟକ୍ରମରେ ଆନନ୍ଦିତ ରହିଲେ।ଏହି କାର୍ଯ୍ୟକ୍ରମ ସଫଳ କରିବାରେ ଜିଲ୍ଲା ସମ୍ବାଦଦାତାଙ୍କର ବିଶେଷ ସହଯୋଗ ମଧ୍ୟ ସ୍ମରଣୀୟ ରହିଲା।ଶିକ୍ଷକ, କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ସକ୍ରିୟ ଅଂଶଗ୍ରହଣରେ କାର୍ଯ୍ୟକ୍ରମ ଉତ୍ସାହଦାୟକ ହେବା ସହ ସ୍ମରଣୀୟ ହୋଇଲା। ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଆଲୋଚନା ସଭା କାର୍ଯ୍ୟକ୍ରମକୁ ଅଧିକ ରଙ୍ଗିନ କଲା।ଭୋଟ୍ ଅଫ୍ ଥାଙ୍କ୍ସ ସହିତ ଏହାର ସମାପନ ହେଲା, ଯେଉଁଠାରେ ସଂସ୍ଥା ପୁନର୍ବାର ସଙ୍କଳ୍ପ କଲା—ଶିକ୍ଷାର ସମଗ୍ରତା ଓ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ୍ ସଫଳତା ପାଇଁ ସେମାନେ ସଦା ଅଙ୍ଗୀକୃତ।ଆୟନ୍ ଗ୍ରୁପ୍ ଅଫ୍ ଇନ୍‌ସ୍ଟିଟ୍ୟୁସନ୍ସ, ଫୁଳବାଣୀ କ୍ୟାମ୍ପସ୍ ଏହି ଓରିଏଣ୍ଟେସନ୍ କାର୍ଯ୍ୟକ୍ରମର ମାଧ୍ୟମରେ ନୂଆ ପିଢ଼ିଙ୍କୁ ଏକ ଉଜ୍ଜ୍ୱଳ ଭବିଷ୍ୟତ ଆରମ୍ଭ ଦେଇ ସେମାନଙ୍କର “ଶିକ୍ଷା ଓ କୃତିତ ପରମ୍ପରାକୁ ପୁନର୍ବଳୀତ କଲା।

Leave a Reply

Your email address will not be published. Required fields are marked *