ଆୟୁଷ ଡାକ୍ତରଙ୍କ ୧୦ ଦଫା ଦାବିପତ୍ର ପ୍ରଦାନ

ଧରାକୋଟ :-୩୦/୧୧/୨୫ ସରକାରି ମେଡିକାଲ ମାନଙ୍କ ରେ କାର୍ଯ୍ୟରତ ଆୟୁଷ ଡାକ୍ତର ମାନଙ୍କ ୧୦ ଦଫା ଦାବି ଯଦି ସରକାର ପୂରଣ ନକରନ୍ତି ତାହେଲେ ସେମାନେ ଆସନ୍ତା ଡିସେମ୍ବର ୦୩ ତାରିଖ ରୁ କାର୍ଯ୍ୟବନ୍ଦ କରିବେ ବୋଲି ଓଡିଶା ଆୟୁଷ ଡାକ୍ତର ମିଳିତକ୍ରିୟାନୁଷ୍ଠାନ କମିଟି ଦୃଢ଼ ଦାବି ଉପସ୍ଥାପନ କରିଛି lଆୟୁଷ ଡାକ୍ତର ମାନେ ନିଜ ଜୀବନକୁ ଜଳାଞ୍ଜଳି ଦେଇ ବନ୍ୟା, ବାତ୍ୟା, ମହାମାରୀ କରୋନା, ଭଳି ଅନେକ ସମୟରେ ଅହରହ କାର୍ଯ୍ୟ କରୁଥିଲେ ମଧ୍ୟ ସେମାନଙ୍କ ନାଯ୍ୟ ଦାବି ସରକାର ଆଜି ପର୍ଯ୍ୟନ୍ତ ଶୁଣୁନଥିବା ଅଭିଯୋଗ କରିଛନ୍ତି l ସରକାର ଆୟୁଷ ଡାକ୍ତର ମାନଙ୍କୁ ଦୀର୍ଘ ବର୍ଷର ଚୁକ୍ତିଭିତ୍ତିକ ଚାକିରିର ସ୍ଥାୟୀ କରଣ ଓ ସ୍ଥାୟୀ ସହ ସମାନୁପାତିକ ହାରରେ ବର୍ଦ୍ଧିତ ଦରମା ପ୍ରଦାନ , ଏଗାର ମାସିଆ ଚୁକ୍ତି ବ୍ୟବସ୍ଥାର ଉଚ୍ଛେଦିକରଣ,ସମସ୍ତ ଆୟୁଷ ଡାକ୍ତରଙ୍କୁ ସ୍ବତନ୍ତ୍ର ଆୟୁଷ ବିଭାଗରେ ଆନ୍ତନର୍ଭୁକ୍ତ କରିବା ,ନିୟମିତ ଆୟୁଷ ଔଷଧ ଯୋଗାଣ ସହ ଆୟୁଷ ସହାୟକ ନିଯୁକ୍କ୍ତି,ଅନ୍ୟାନ୍ୟ ସରକାରୀ କର୍ମଚାରୀଙ୍କ ଭଳି ଛୁଟି ବ୍ୟବସ୍ଥା, ସରକାରୀ କର୍ମଚାରୀଙ୍କ ଭଳି ସମାନ ଅନୁପାତରେ ଏକକାଳୀନ ମୃତ୍ୟୁ ସହାୟତା ରାଶିପ୍ରଦାନ,ଦୁର୍ଘଟଣା ରେ ଆକର୍ମଣ୍ୟ ହେଲେ ବା ମୃତ୍ୟୁ ହେଲେ ସରକାରୀ କର୍ମଚାରୀଙ୍କ ଭଳିସମାନ ସହାୟତା ରାଶି ପ୍ରଦାନ,ଜାତୀୟ ସ୍ବାସ୍ଥ୍ୟ ମିଶନ ରେ ଥିବା ସମସ୍ତ କର୍ମଚାରୀଙ୍କ ପରି ମୋବାଇଲ ହେଲଥ ୟୁନିଟ ଡାକ୍ତରଙ୍କୁ ଇ ପି ଏଫ ପରିଷର ଭୁକ୍ତ କରିବା, ଇନହାଉସ ରେ ବାହାରୁଥ‌ିବା ପଦବୀରେ ଆୟୁଷ ଡାକ୍ତରଙ୍କୁ ଅଗ୍ରାଧିକାର ପ୍ରଦାନ, ସ୍ବାସ୍ଥ୍ୟ ବୀମା ଯୋଜନା ରେ ଆନ୍ତର୍ଭୁକ୍ତିକରଣ,ଉଚ୍ଚଶିକ୍ଷା ଓ ତାଲିମ ସୁବିଧା ସହ ଶିକ୍ଷା ସମାପ୍ତି ପରେ ପୁନଃଶ୍ଚ ଚାକିରୀରେ ଯୋଗଦାନ, କେବିକେ ପ୍ରତ୍ସାହନ ରାଶି 0୪ ହଜାର ରୁ ୧୦ ହଜାର କୁ ବୃଦ୍ଧି,ଏନ ଏ ଏମ ଅନୁସାରେ ପ୍ରତି ପାଞ୍ଚ ହଜାର ଜନସଂଖ୍ୟା ରେ ଜଣେ ଆୟୁଷ ଡାକ୍ତର ଙ୍କ ନିଯୁକ୍ତିକୁ ସଙ୍ଘ ଦାବି କରିଛି l ରାଜ୍ୟରେ ପାଖାପାଖି ନଅ ହଜାର ଡାକ୍ତର ପଦବୀ ଆବଶ୍ୟକ ଡାକ୍ତର ରହିଥିବା ବେଳେ ବର୍ତମାନ ମାତ୍ର ୧୩୫୮ ଜଣ ଡାକ୍ତର ପଦବୀ ରାଜ୍ୟ ସରକାର ଙ୍କ ଦ୍ବାରା ଗୃହୀତ ହୋଇଅଛି । ଏଣୁ ତୁରନ୍ତ ନୂତନ ଡାକ୍ତର ନିଯୁକ୍ତି କରିବାକୁ ସଙ୍ଘ ପ୍ରକାଶ କରିଛି l ସଙ୍ଘ ର ଏହି ନ୍ୟାର୍ଯ୍ୟ ଦାବି ଆସନ୍ତା ୦୨/୧୨/୨୦୨୫ ରିଖ ସୁଦ୍ଧା ପୂରଣ ନହୁଏ ତେବେ ତା ୦୩/୧୨/୨୦୨୫ ରିଖ ଠାରୁ ଗଣତାନ୍ତ୍ରିକ ଉପାୟରେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ ବୋଲି ଆୟୁଷ ଡାକ୍ତର ମାନେ ଏକ ସ୍ମାରକ ପତ୍ର ଧରାକୋଟ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ର ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଏମ ଭି କେ ଅଶୋକ ଙ୍କୁ ସିଡିଏମ ଓ ଙ୍କ ଉଦେଶ୍ୟ ପ୍ରଦାନ କରିଛନ୍ତି l ଏହି ଦାବି ପତ୍ର ପ୍ରଦାନ ବେଳେ ଡାକ୍ତର ଶଙ୍କର ନାରାୟଣ ବେହେରା,ଡାକ୍ତର ସୁଲୋଚନାବିଷୋୟୀ, ଡାକ୍ତର ସଂଘମିତ୍ରା ଜେନା,ଡାକ୍ତର ସୁକାନ୍ତ କିଶୋର ପାତ୍ର,ଡାକ୍ତର ଯୁଧିଷ୍ଠିର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ l

Leave a Reply

Your email address will not be published. Required fields are marked *