ଆୟୁଷ୍ମାନ ଭାରତ ଯୋଜନା ଆରମ୍ଭ:
ଫୁଲବାଣୀ: ରାଜ୍ୟ ସରକାରଙ୍କ ପକ୍ଷରୁ ଲୋକାର୍ପଣ ହେଲା ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା,ଯାହାକି ସ୍ବାସ୍ଥ୍ୟସେବାରେ ଲୋକଙ୍କୁ ଅନେକ ସହାୟକ ହୋଇ ଫାଇଦା ମିଳିବ। ପ୍ରକାଶ ଯେ,କଟକ ବାଲିଯାତ୍ରାରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା ଏବଂ ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ଅପରାହ୍ନରେ ଭିଡିଓ କନ୍ଫରେନ୍ସ ମାଧ୍ୟମରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହାର ସିଧାସଳଖ ଭିଡିଓକୁ ଅଞ୍ଚଳବାସୀ ଦେଖିବା ଓ ଜାଣିବା ପାଇଁ ବ୍ୟବସ୍ଥା କରାଯାଇଥିଲା। ଏହି ପରିପ୍ରେକ୍ଷୀରେ କନ୍ଧମାଳ ଜିଲା ଖଜୁରୀପଡ଼ା ବ୍ଲକ ଅଞ୍ଚଳରେ ଥିବା ତିନୋଟି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ସୁଡୁକୁମ୍ପା,ବିଲାବାଡ଼ି ଓ ବାରିକୁମ୍ପା ଗୁଡିକରେ ବ୍ୟାପକ ବ୍ୟବସ୍ଥା କରାଯାଇ ଲୋକଙ୍କୁ ଏହି ଯୋଜନାରେ ସାମିଲ କରାଇବା ଓ ଏହି ଯୋଜନା ସମ୍ପର୍କରେ ସଚେତନ କରାଇବା ଉଦ୍ଦେଶ୍ୟରେ ଆୟୁଷ ଜନ ଆରୋଗ୍ୟ ଯୋଜନା କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇ ଯାଇଛି।ଏହି ଉଦଘାଟନୀ ଉତ୍ସବ ରେ ବହୁ ସଂଖ୍ୟକ ଲୋକ ଯୋଗଦେଇଥିଲେ। ସୁଡୁକୁମ୍ପା ଠାରେ ଆୟୋଜିତ କାର୍ଯ୍ୟକ୍ରରେ ସଭାପତି ଭାବେ କନ୍ଧମାଳ ଜିଲ୍ଲା ସମିତିସଭ୍ୟ/ସଭ୍ୟା ମହାସଂଘର ସଭାପତି ତଥା ସୁଡୁକୁମ୍ପା ପଞ୍ଚାୟତର ସମିତିସଭ୍ୟ ବୈଦ୍ୟନାଥ ବେହେରା,ମୂଖ୍ୟ ଅତିଥି ଭାବେ କନ୍ଧମାଳ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ କୁଶଳ ଚନ୍ଦ୍ର ନାଏକ, ସମ୍ମାନୀତ ଅତିଥି ଭାବେ ସୁଡୁକୁମ୍ପା ପଞ୍ଚାୟତ ସରପଞ୍ଚ ଦଶରଥ ଜାନୀ,ସୁଡ୍ରେଜୁ ପଞ୍ଚାୟତ ସମିତିସଭ୍ୟା ଦମୟନ୍ତୀ ଜାନୀ, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଶୁଭକାନ୍ତ ଦେବତା ପ୍ରମୁଖ ପ୍ରଭୂ ଜଗନ୍ନାଥ ନିକଟରେ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ। ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ମନୋଜ କୁମାର ସାହୁ ଯୋଗାଣ ନୀରିକ୍ଷକ ପ୍ରିତିରଞ୍ଜନ ବିଶ୍ଵାଳ,ଦୁତିମେଣ୍ଡି ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ମହେଶ ପଟ୍ଟନାୟକ,ଏପିଓ ତ୍ରିନାଥ ନାୟକ, ଗ୍ରାମ ରୋଜଗାର ସେବକ ବାଲୁଙ୍କି ଦିଗାଲ ପ୍ରମୁଖ ଏହି କାର୍ଯ୍ୟକ୍ରମର ସଫଳ ନେତୃତ୍ୱ ନେଇଥିଲେ। ସେହିଭଳି ବିଲାବାଡ଼ି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଠାରେ ଆୟୋଜିତ କାର୍ଯ୍ୟକ୍ରମକୁ ବିଡ଼ିଓ ଶୁଭ ଦତ୍ତାତ୍ରେୟ ବାହିନୀପତି ମୂଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ସଭାପତି ଭବେ ସ୍ଥାନୀୟ ପଞ୍ଚାୟତ ସରପଞ୍ଚ ରବୀନ୍ଦ୍ର ଭୁକ୍ତା,ସମ୍ମାନୀତ ଅତିଥି ସମିତିସଭ୍ୟା ଶ୍ରୀମତୀ ସୁଷମା ମଲିକ,ନାଏବ ସରପଞ୍ଚ ଜାଜ୍ଞସେନି ଗଣ୍ଡା,ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ରାଜେଶ୍ ମୁର୍ମୁ,ମିଶନ ଶକ୍ତି ପରିଚାଳନା ଅଧିକାରୀ,ସନାତନ ମଲିକ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ପ୍ରଜ୍ଞା ପରୀମିତା,ସହକାରୀ ଯନ୍ତ୍ରୀ ଅନିଲ କୁମାର ସାହୁ ପ୍ରମୁଖ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ।

ଵିପିଏ ଆକାଶ କୁମାର ମହାନ୍ତି ଓ ପଞ୍ଚାୟତ କାର୍ଯ୍ଯ ନିର୍ବାହୀ ଅଧିକାରୀ ପ୍ରଭାକର ପ୍ରଧାନ କାର୍ଯ୍ୟକ୍ରମ ସଫଳ ନେତୃତ୍ୱ ନେଇଥିଲେ,ବାରିକୁମ୍ପା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଠାରେ ଆୟୋଜିତ କାର୍ଯ୍ୟକ୍ରମକୁ ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ଅନିମା କହଁର ମୂଖ୍ୟ ଅତିଥି, ସମ୍ମାନୀତ ଅତିଥି ବଲସକୁମ୍ପା ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ଅମ୍ବିକା କହଁର,ସମିତିସଭ୍ୟ ବିବାନ ଗଣ୍ଡା, ସ୍ଥାନୀୟ ସ୍ବାସ୍ଥ୍ୟ କେନ୍ଦ୍ରର ଡ଼ାକ୍ତର, ନାଏବ ସରପଞ୍ଚ ପ୍ରମୁଖ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ। କନିଷ୍ଠ ଯନ୍ତ୍ରୀ ରବିନାରାୟଣ ଲେଙ୍କା,ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଣୀ କାର୍ଯ୍ୟକ୍ରମର ସଫଳ ନେତୃତ୍ୱ ନେଇଥିଲେ। ସୂଚନାଯୋଗ୍ୟ ଯେ, ପ୍ରତେକ ହିତାଧିକାରୀଙ୍କୁ ୫ ଲକ୍ଷ ଓ ମହିଳାଙ୍କ କ୍ଷେତ୍ରରେ ଅତିରିକ୍ତ ଆଉ ୫ ଲକ୍ଷ ପର୍ଯ୍ୟନ୍ତ ସ୍ବାସ୍ଥ୍ୟବୀମା ରାଶି ଦିଆଯିବ। ଯଦି ୭୦ ବର୍ଷରୁ ଅଧିକା ଥିଲେ ସେମାନଙ୍କୁ ସ୍ବତନ୍ତ୍ର କାର୍ଡ ଦିଆଯିବ ଓ ୩ ମାସ ମଧ୍ୟରେ ଏହି ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ସ୍ବାସ୍ଥ୍ୟ ବୀମା କାର୍ଡ ସମସ୍ତଙ୍କ ନିକଟକୁ ପହଞ୍ଚାଯିବ ବୋଲି କୁହାଯାଇଛି। ଏହି ମହତ୍ତ୍ୱ ପୂର୍ଣ୍ଣ କାର୍ଯ୍ୟକ୍ରମରେ ବହୁ ଜନସାଧାରଣ ଯୋଗଦେଇଥିବା ବେଳେ ସମସ୍ତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର କର୍ମଚାରୀ,ଆଶା କର୍ମୀ,ଅଙ୍ଗୱାଡ଼ି କର୍ମୀ ଓ ଗ୍ରାମ ସାଥି ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ପ୍ରତି କାର୍ଯ୍ୟକ୍ରମରେ ୧୦ ଲେଖାଏଁ ହିତାଧି କାରିଙ୍କୁ ଏହି ଆୟୁଷମାନ ସ୍ବାସ୍ଥ୍ୟ କାର୍ଡ ଅତିଥି ମାନେ ବଣ୍ଟନ କରିଥିଲେ।
