ବାବା ବାଲିକପିଳେଶ୍ୱର ମହାଦେବଙ୍କ ଜାଗର ଯାତ୍ରା ନିମନ୍ତେ ସମନ୍ଵୟ ବୈଠକ

କୋଣାର୍କ,୧୭.୦୨

ପୁରୀ କୋଣାର୍କ ବେଳାମାର୍ଗରେ ଅବସ୍ଥିତ ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ବାବା ବାଲିକପିଳେଶ୍ୱର ମହାଦେବଙ୍କ ପୀଠରେ ଜାଗର ଯାତ୍ରା ନିମନ୍ତେ ସୋମବାର ଅପରାହ୍ନରେ ସମନ୍ଵୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଳିତ ବର୍ଷ ପ୍ରଥମ ଥର ପାଇଁ ଉପ ଜିଲ୍ଲାପାଳ ରାଜକିଶୋର ଜେନାଙ୍କ ଅଧ୍ୟକ୍ଷତାରେ ସମନ୍ଵୟ ବୈଠକ ଆୟୋଜିତ ହୋଇଥିଲା। ହାଡ ଭଙ୍ଗାକୁ ଠିକ୍ କରୁଥିବା ନେଇ ମହାଦେବଙ୍କ ନାମ ରହିଛି। ଏନେଇ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତ ଓ ମାନସିକ ଧାରୀ ମାନେ ସକାଳୁ ଦର୍ଶନ କରିବା ସହିତ ସାରା ରାତି ଉଜାଗର ରହି ଜାଗର ଦୀପ ଜାଳିବେ। ସକାଳୁ ଓ ଦିନତମାମ ସହ ସାରା ରାତି କିପରି ଶୃଙ୍ଖଳିତ ଭାବେ ଶ୍ରଦ୍ଧାଳୁ ଭକ୍ତମାନେ ଦର୍ଶନ କରିବେ, ନିତିକାନ୍ତି ସୁରୁଖୁରୁରେ ହେବ, ଶାନ୍ତିଶୃଙ୍ଖଳା ପାଇଁ ପୋଲିସ୍ ଫୋର୍ସ, ଅଗ୍ନିଶମ ବାହିନୀ କର୍ମଚାରୀ ମୁତୟନ, ସ୍ବାସ୍ଥ୍ୟ ସେବା, ପାନୀୟ ଜଳ ଯୋଗାଣ, ଦୋକାନ ବଜାର ଆଦିର ସୂ-ବନ୍ଦୋବସ୍ତ ନିମନ୍ତେ ଆଲୋଚନା ହୋଇଥିଲା। ବାଲିକପିଳେଶ୍ୱର ସେବାୟତ ସଙ୍ଘ, ପରିଚାଳନା କମିଟି ଓ ସ୍ଥାନୀୟ ଗ୍ରାମବାସୀଙ୍କ ମିଳିତ ସହଯୋଗରେ କାର୍ଯ୍ୟ ସମ୍ପାଦନ କରିବା ନେଇ ନିଷ୍ପତି ନିଆଯାଇଥିଲା। ସ୍ଥାନୀୟ ତହସିଲ ପ୍ରଶାସନ, ତରକୋର ଓ ସୂତନ ପଞ୍ଚାୟତ ପ୍ରତିନିଧି ମାନେ ମିଳିତ ଭାବେ କିପରି ପରିଚାଳନା କରିବେ ସେନେଇ ପ୍ରସ୍ତାବ ଦିଆଯାଇଥିଲା। କୋଣାର୍କରୁ ଜ୍ଞାନ ରଞ୍ଜନ ବିଶ୍ଵାଳ ଙ୍କ ରିପୋର୍ଟ୍।

Leave a Reply

Your email address will not be published. Required fields are marked *