ବାବା ବାଲିକପିଳେଶ୍ବର ମହାଦେବଙ୍କ କ୍ଷୀର ସାଗର ମେଳା, ୧୦ ହଜାର ଲିଟର କ୍ଷୀରରେ ସ୍ନାନ କଲେ ଠାକୁର

କୋଣାର୍କ:- ବାବା ବାଲିକପିଳେଶ୍ବର ମହାଦେବଙ୍କ ପବିତ୍ର କ୍ଷୀର ସାଗର ମେଳା ମାଘ ମାସ ଶେଷ ଶନିବାର ଉପଲକ୍ଷେ ଅନୁଷ୍ଠିତ ହୋଇଯାଇଛି। ୧୦ ହଜାର ଲିଟର କ୍ଷୀରରେ ସ୍ନାନ କଲେ ବାବା ବାଲିକପିଳେଶ୍ବୋର। ପୁରୀ ଜିଲ୍ଲା ଗୋପ ବ୍ଳକ ତୋରକର ଓ ସୁତନ ପଞ୍ଚାୟତ ମଧ୍ୟରେ ଥିବା ବାବା ବାଲିକପିଳେଶ୍ବର ମହାଦେବଙ୍କର ମାଘ ମାସ ଶେଷ ଶନିବାର ଦିନରେ କ୍ଷୀର ସାଗର ଯାତ୍ରା ବଡ଼ ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି। ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ କ୍ଷୀର ସାଗର ମେଳାରେ ପ୍ରାୟ ୧୦ହଜାର ଲିଟର କ୍ଷୀରରେ ସ୍ନାନ କଲେ ବାବା ବାଲିକପିଳେଶ୍ବର। ହଜାର ହଜାର ଶ୍ରନ୍ଧାଳୁ ଓ ଶିବଭକ୍ତ ମାନଙ୍କର ଭିଡ ଲାଗିଥିବା ବେଳେ ଆଖପାଖ ୫ଟି ପଞ୍ଚାୟତର ୨ଶହ ଗୋପାଳ ବେହେରା ସମ୍ପ୍ରଦାୟ ର ଭାଇମାନେ ମାନେ ଆସି କ୍ଷୀର ଆଣି ମହାପ୍ରଭୁଙ୍କ ଉପରେ ଢାଳିଥିଲେ।

ସକାଳ ନିତିକାନ୍ତି ସହ ପୂଜାର୍ଚ୍ଚନା ପରେ ଦିବା ୧୨ ଘଟିକାରେ ମହାପ୍ରଭୁଙ୍କୁ ୧୦ ହଜାର ଲିଟର କ୍ଷୀରରେ ସ୍ନାନ କରାଯାଇଥିଲା । ହଜାର ହଜାର ଶ୍ରଦ୍ଧାଳୁ ସହ ଶିବ ଭକ୍ତଙ୍କ ଭିଡ ଲାଗିଥିବା ବେଳେ ୫ହଜାରରୁ ଅଧିକ ଭକ୍ତ ମାନଙ୍କୁ କ୍ଷୀରି ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା । ସ୍ଥାନୀୟ ପୋଲିସ ପ୍ରଶାସନ ସହ ଜନ ପ୍ରତିନିଧି ମାନେ ଉପସ୍ଥିତ ଥିଲେ । ଗୋପାଳ ଭାଇଙ୍କ ନଉଡି ଖେଳ ସହ ହରିବୋଲ ହୁଲହୁଳି ଓ କିର୍ତ୍ତନରେ କମ୍ପି ଉଠୁଥିଲା ବାବାଙ୍କ ଶୈବପୀଠ ।

Leave a Reply

Your email address will not be published. Required fields are marked *