ବାବା ବଳିଆ ଙ୍କ ରାଜ୍ୟସ୍ତରୀୟ ଜନ୍ମୋତ୍ସବ କାର୍ଯ୍ୟକ୍ରମ ଉଦଯାପିତ

କୁଜଙ୍ଗ /ରାହାମା 10/4 ରାହାମା ର କଲେଜ ପଡିଆ ରେ ପୂଜ୍ୟ ପୂଜକ ପଦ୍ମଶ୍ରୀ ବାବା ବଳିଆ ଙ୍କ ରାଜ୍ୟସ୍ତରୀୟ ଜନ୍ମୋତ୍ସବ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି ! ଜନ୍ମଦିବସରେ ରାହାମା ଜିତ ମଣ୍ଡପ ରେ ଗୁରୁପୂଜନ , ମହାପ୍ରସାଦ ସେବନ, ରାଜୀବ ଗାନ୍ଧୀ ସେବାକେନ୍ଦ୍ର ଠାରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର , ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ରେ ଫଳ ବଣ୍ଟନ , ନଗର ସଫେଇ , ଛାତ୍ରଛାତ୍ରୀ ଙ୍କୁ ଖାତା କଲମ ବଣ୍ଟନ , ବୃକ୍ଷ ବଣ୍ଟନ , ଇଷ୍ଟ ପୂଜନ, ସନ୍ଥ ପୂଜନ , ପତିହରା ମାତୃ ପୂଜନ, ୧୦୦୮ ଦୀପ ଦାନ, ଶଙ୍ଖ ଓ ଘଣ୍ଟ ବାଦନ , ଏକ ସହ ଆଠ କୀର୍ତନ ମଣ୍ଡଳୀ ସମାବେଶ, ପ୍ରଭୁତି ଆୟୋଜନ କରାଯାଇଥିଲା ! ଶିଶୁ ଅନନ୍ତ ଆଶ୍ରମ ଦ୍ୱାରା ପରିଚାଳିତ ଏହି କାର୍ଯ୍ୟକ୍ରମ ରେ ଆଶ୍ରମ ର ମୁଖ୍ୟ ଟ୍ରଷ୍ଟି ଶ୍ରୀବାସ ଦାସ , ବାବାଜୀ ପରମାତ୍ମା ଦାସ , ବାବାଜୀ ପ୍ରଣବନାଦନ ଦାସ , ଜ୍ୟୋତିର୍ବିଦ ଡ଼ଃ ଅରୁଣ କୁମାର ପାଣି, ବଜାର କମିଟି ସଭାପତି ଶିଶିର କୁମାର ଦାସ, ବଂଶୀଧର କୁଣ୍ଡୁ , ପ୍ରଶାନ୍ତ କୁମାର ସାହୁ, ସରୋଜ କୁମାର ଦାସ, ଭିକାରି ଚରଣ ସେନାପତି, ପବିତ୍ର ପରିଜା , ପ୍ରଦ୍ୟୁମ୍ନ ଦାସ ,ଚିନ୍ମୟ ଦାସ, ବିନୋଦ ବିହାରୀ ମୁଦୁଲି, ବିଜୟ କୁମାର ସ୍ୱାଇଁ, ରମେଶ ଚନ୍ଦ୍ର ସାହୁ, ଦିଲ୍ଲୀପ ମହାପାତ୍ର,ଜଗନ୍ନାଥ ସୁତାର, ଅଜୟ କୁମାର ସାହୁ, ଅକ୍ଷୟ କୁମାର ସାହୁ,ଡ଼ଃ ସୁନାକର ବେହେରା ,ଅଧିକାରୀ ରମାକାନ୍ତ ଦାସ, ବଳରାମ ଦାସ ,ରାମାୟଣୀ ପଣ୍ଡିତ ଅଭୟ ଦାସ, ମର୍ଦରାଜ ସ୍ୱାଇଁ , ମାନସ ମହାପାତ୍ର , ମାନସ ରାଉତ ,ଗଗନ ବିହାରୀ ଦାସ , କାହ୍ନୁ ଚରଣ ସାହୁ , ସାଗର ମହାରଣା ସାରଦା ମଲ୍ଲ, ବିଶ୍ବଜିତ ବେହେରା, ମନୋଜ ସେଠି, ପ୍ରଶାନ୍ତ ମହାପାତ୍ର, ଅମ୍ରିତା ତରାଇ ,କାର୍ଯ୍ୟକ୍ରମ ପରିଚାଳନା କରିଥିବା , ବେଳେ ଓଡିଶା ର ବାୟା ସମ୍ପ୍ରଦାୟ ର ସାଧୁ ସନ୍ଥ ମାନେ ମଞ୍ଚ ରେ ଯୋଗଦାନ କରିଥିଲେ ! ଅନ୍ୟ ମାନଙ୍କ ମଧ୍ୟରେ ଏରସମା ବିଧାୟକ ସାରଦା ଜେନା ,ଯୋଗ ଗୁରୁ ତାପସ ରଞ୍ଜନ ପତି , ଏରସମା ବ୍ଲକ ଉପାଧ୍ୟାକ୍ଷା ଲଷ୍ମୀପ୍ରିୟା ମହାପାତ୍ର , କୃଷକ ନେତା ତପନ ବେହେରା , ପରିବେଶବିତ ଉତ୍କଳ କେଶରୀ ମହାନ୍ତି , କବୟିତ୍ରୀ ଡ଼ଃ ବସନ୍ତ ମଞ୍ଜରୀ ଦାସ , କୈବର୍ତ୍ତ ମହାସଂଘ ସଭାପତି ପ୍ରହ୍ଲାଦ ଚନ୍ଦ୍ର ବେହେରା, ଅଜୟ କୁମାର ସାହୁ ପ୍ରମୁଖ ଯୋଗଦାନ କରିଥିଲେ ! ରାଜ୍ୟ ର ବିଭିନ୍ନ ସଙ୍ଘ ତରଫରୁ ବାବା ଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିବା ବେଳେ , ରାହାମା ଅଞ୍ଚଳ ରୁ ୭୨ ଜଣ ପୂଜ୍ୟ ବାବା ଙ୍କୁ ସମ୍ବର୍ଦ୍ଧିତ କରିଥିଲେ !ମହାସମାରୋହ ସହିତ ଏହି କାର୍ଯ୍ୟକ୍ରମ ଉଦଯାପିତ ହେବା ସହ ଅଞ୍ଚଳ ବାସୀ ଙ୍କ ତରଫରୁ ପୂଜ୍ୟ ବାବା ଙ୍କୁ ଏକ ପ୍ରଣାମ ପତ୍ର ଦେଇ ସମ୍ବର୍ଦ୍ଧିତ କରିବା ସହ ଆର୍ଶୀବାଦ ଭିକ୍ଷା କରିଥିଲେ !

Leave a Reply

Your email address will not be published. Required fields are marked *