ଗୋରେଖ ନାଥ ପୀଠରେ ୪୦ ହଜାର ଉର୍ଦ୍ଧ ଭକ୍ତ ଓ ଶ୍ରଦ୍ଧାଳୁ ଙ୍କ ସମାଗମ
ଗୋରେଖ ନାଥ ପୀଠରେ ୪୦ ହଜାର ଉର୍ଦ୍ଧ ଭକ୍ତ ଓ ଶ୍ରଦ୍ଧାଳୁ ଙ୍କ ସମାଗମ ରଘୁନାଥପୁର ତା ୧୫/୨:-ଓଡ଼ିଶା ର ପ୍ରସିଦ୍ଧ ବିଭୂତି କ୍ଷେତ୍ର ରଘୁନାଥପୁର ବ୍ଲକ ଅନ୍ତର୍ଗତ କେରାକେରା ଗ୍ରାମ ରେ ବାବା ଗୋରେଖନାଥ ପୀଠରେ ନାହିଁ ନ ଥିବା ଭିଡ ଦେଖିବାକୁ ମିଳିଛି। ଖବର ପାଇ ତିର୍ତୋଲ ପୋଲିସ ପହଂଚି ଭିଡ଼ କୁ ନିୟଂତ୍ରଣ କରିଥିଲା। ମହାଶିବ ରାତ୍ରି ଥିବାରୁ ଆଜି ଗୋରଖ ନାଥ ପୀଠରେ ଓଡିଶା ର କୋଣ ଅନୁକୋଣ ରୁ ୪୦ ହଜାର ରୁ ଉର୍ଦ୍ଧ ଭକ୍ତ ଓ ଶ୍ରଦ୍ଧାଳୁ ବାବା ଙ୍କ ଦର୍ଶନ ନିମନ୍ତେ ଭିଡ଼ ଜମିଥିଲା.। ଭକ୍ତ ଓ ଶ୍ରଦ୍ଧାଳୁ ମାନେ କିଭଳି ଶାନ୍ତି ଶୁଙ୍ଖଳାରେ ଦର୍ଶନ କରିବେ ସେଥିପାଇଁ ଉପଜିଲ୍ଲାପାଳ ଙ୍କ ନିର୍ଦେଶ କ୍ରମେ ତିର୍ତୋଲ ଅତିରିକ୍ତ ତହସିଲଦାର ଓ ରଘୁନାଥପୁର ଅତିରିକ୍ତ ତହସିଲଦାର ତିର୍ତୋଲ ଏସଡିପିଓ ଓ ତିର୍ତୋଲ ଥାନାଅଧିକାରୀ ଉପସ୍ଥିତ ରହି ଭକ୍ତ ଓ ଶ୍ରଦ୍ଧାଳୁ ମାନଂକୁ ଶାନ୍ତି ଶୁଙ୍ଖଳାରେ ଦର୍ଶନ କରିଥିଲେ। ଭକ୍ତ ଓ ଶ୍ରଦ୍ଧାଳୁ ମାନେ ମନ୍ଦିର ବେଢା ପରିସରରେ ଦୀପ ଜାଳି ଉଜାଗର ରହିଥିଲେ। ମହାଦୀପ ରାତି ୧୧ ଘଟିକାରେ ଉଠିଥିଲା.ଏହି ମହାଦୀପ ଦର୍ଶନ ନିମନ୍ତେ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଯୋଗ ଦେଇଥିଲେ।
