ବାବା ଶକ୍ତିଦେବ ଶତପଥିଙ୍କ ପରଲୋକ

କୋଣାର୍କ, ୦୨.୧୧ କୋଣାର୍କ ନିକଟସ୍ଥ ଖରାଗାଁ ଶ୍ରୀଗୁରୁ ଆଶ୍ରମର ପରିଚାଳକ ବାବା ଶକ୍ତିଦେବ ଶତପଥୀଙ୍କର ଗତ ଶୁକ୍ରବାର ଦିନ ପ୍ରାତଃ ସମୟରେ ଭୁବନେଶ୍ବର ସ୍ଥିତ ସମ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ୬୫ ବର୍ଷ ବୟସରେ ଇହଲୀଳା ସମ୍ବରଣ କରିଛନ୍ତି । ପୁରୀ ସ୍ବର୍ଗଦ୍ବାରରେ ତାଙ୍କର ଅନ୍ତିମ ସଂସ୍କାର ସମାପନ କରାଯାଇଅଛି । ପାଖରେ ସମସ୍ତ ପରିବାର ବନ୍ଧୁବର୍ଗ ଉପସ୍ଥିତ ଥିଲେ । ଶ୍ରୀ ଶକ୍ତିଦେବ ଶତପଥ କୋଣାର୍କ ଅଂଚଳରେ ଜଣେ ବେଶ୍ ପରିଚିତ ଆଧ୍ୟାତ୍ମିକବାଦୀ, ସମାଜସଂସ୍କାରକ, ଜଗନ୍ନାଥ ସଂସ୍କୃତି ପ୍ରଚାରକ, ଆଧ୍ୟାତ୍ମିକ ଗବେଷକ, ପଣ୍ଡିତ, ସାହିତ୍ୟିକ ତଥା ବିଶ୍ବ ହିନ୍ଦୁ ପରିଷଦର ଜଣେ ଆଗଧାଡିର କର୍ମକର୍ତାଥିଲେ । ସେ କୋଣାର୍କ ଓ ପୁରୀ ଜିଲ୍ଲାର ବରିଷ୍ଠ ନାଗରିକ ସୁରକ୍ଷା ମଂଚ, କୋଣାର୍କ ଶାଖାର ସଭାପତି , ରେଡିଓ ନମସ୍କାର , ନାଟ୍ୟଦୀପ , ସିଦ୍ଧେଶ୍ବର ଯୁବକସଂଘ , କୋଣାର୍କ ସୁରକ୍ଷା ସମିତିବ, ବିଶ୍ବ ହିନ୍ଦୁ ପରିଷଦ , ଭାଗବତ ପ୍ରଚାର ପ୍ରସାର କମିଟି , ବିଭିନ୍ନ ସଂର୍କତନ ମଣ୍ଡଳୀ , ବିଭିନ୍ନ ଶିକ୍ଷାନୁଷ୍ଠାନ , ବୈଦ୍ୟୁତିକ ଗଣମାଧ୍ୟମ ତଥା କୋଣାର୍କ ବିଜ୍ଞାପିତ ଅଂଚଳ ପରିଷଦର ବିଭିନ୍ନ ଅନୁଷ୍ଠାନର କାର୍ଯ୍ୟକ୍ରମ ସହିତ ସକ୍ରିୟ ଭାବେ ଜଡିତ ଥିଲେ । ସେ ଶ୍ରୀଗୁରୁ ଆଶ୍ରମର ପ୍ରତିଷ୍ଠାତା ଗୁରୁବାବା ଦିବ୍ୟସିଂହ ଶତପଥଙ୍କ ପୁତ୍ର ଥିଲେ ଏବଂ ସେ ସର୍ବଦା ସୃଷ୍ଟି ନିର୍ମାଣ ଓ ସୃଷ୍ଟି ରକ୍ଷା କରିବାରେ ପ୍ରତ୍ୟେକ ବ୍ୟକ୍ତିର ଗୁରୁତ୍ଵପୂର୍ଣ୍ଣ ଭୂମିକା ଉପରେ ଜନସାଧାରଣଙ୍କୁ ପରାମର୍ଶମାନ ପ୍ରଦାନ କରୁଥିଲେ । ତାଙ୍କ ମୃତ୍ୟୁରେ କୋଣାର୍କ ତଥା ପୁରୀ ଅଂଚଳରେ ଗଭୀର ଶୋକର ଛାୟା ଖେଳିଯାଇଅଛି ।

Leave a Reply

Your email address will not be published. Required fields are marked *