କନ୍ୟା ସନ୍ତାନ ସୁରକ୍ଷା ସଚେତନତା ଶୋଭାଯାତ୍ରା

ପୁରୀ ୨୦/୩ କନ୍ୟା ସନ୍ତାନ ର ସୁରକ୍ଷା ଆମ ସମସ୍ତ ଙ୍କ ଦାୟିତ୍ୱ।ସମ୍ପ୍ରତି ପୁଅ ଙ୍କ ତୁଳନାରେ ଝିଅ ମାନଙ୍କ ସଂଖ୍ୟା ରେ ଦ୍ରୁତ ଅବନତି ଦେଖା ଦେଉଛି।ତେଣୁ ସଚେତନତା ମାଧ୍ୟମରେ କନ୍ୟା ସନ୍ତାନ ମାନଙ୍କ ସୁରକ୍ଷା କୁ ବ୍ୟାପକ କରିବା ବୋଲି ସୂଚନା ଦେଇଛନ୍ତି ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ଓ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ତନୁପ୍ରଭା ବେଉରା।ଆଜି ପୂର୍ବାହ୍ନରେ ସମାଜ କଲ୍ୟାଣ ବିଭାଗ ପକ୍ଷରୁ କନ୍ୟା ସନ୍ତାନ ସୁରକ୍ଷା ଶୋଭାଯାତ୍ରା ସୁଭାଷ ବୋଷ ଛକ ଠାରୁ ସଦଭାବନା ସଭାଗୃହ ପର୍ଯ୍ୟନ୍ତ ଆୟୋଜିତ ହୋଇଥିଲା।

ଶୋଭାଯାତ୍ରାକୁ ଉଦଘାଟନ କରି ସମାଜ କଲ୍ୟାଣ ଅଧିକାରୀ ଶ୍ରୀମତୀ ବେଉରା ଓ ଶ୍ରୀ ସେଠୀ ଆଜିର ପ୍ରତିଟି କନ୍ୟା ଆସନ୍ତାକାଲିର ମାଆଟିଏ,ସୃଷ୍ଟି ର ଆଧାର ଟିଏ ହୋଇ ଥିବାରୁ ତାହାର ସୁରକ୍ଷା ପାଇଁ ସମସ୍ତେ ସଂକଳ୍ପବଦ୍ଧ ହେବାକୁ ଅନୁରୋଧ କରିଥିଲେ।ଏହି ସଚେତନତା ବାର୍ତ୍ତା ଅନ୍ୟ ମାନଙ୍କୁ ପ୍ରେରଣା ଦେବ ବୋଲି ସେମାନେ ଆଶା କରିଥିଲେ।ଶୋଭାଯାତ୍ରାରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ, ପ୍ରୋଗ୍ରାମ ଅଫିସର ସୁହାଗୀ ହେମ,ଚନ୍ଦ୍ର ପ୍ରଭା ଦେଇ, ବାଲ୍ୟବତୀ ମହାନ୍ତି, ବିଭାଗ ବ୍ଲକର ସିଡିପିଓ, ସୁପରଭାଇଜର, ମିଶନ ଶକ୍ତି ମା ମାନେ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *