ଶିଶୁ ଈଶ୍ବରଙ୍କ ପଚାରେ
ପୃଥିବୀ ପୃଷ୍ଠରେ ଜନମ ପୂର୍ବରୁ
ଶିଶୁ ଈଶ୍ବରଙ୍କୁ ପଚାରେ,
” ଛୋଟ ଅସହାୟ ଶିଶୁଟିଏ ମୁହିଁ
ଚଳିବି କିପରି ସଂସାରେ ?”
କହିଲେ ଈଶ୍ୱର ” ଧରାରେ ତୁମର
ଦେବଦୂତ ନେବ ଯତନ,
ପାଇବୁ ତାହାର ସେନେହ ମମତା
ହେବୁ ତା ହୃଦୟ ରତନ।”
” ପୃଥିବୀର ଭାଷା ବୁଝିନାହିଁ ମୁହିଁ
କିପରି ମୋ ଭାଷା ବୁଝିବେ ?”
କହିଲେ ଈଶ୍ୱର,”ସବୁଠାରୁ ମିଠା
କଥା ସେ ତମକୁ କହିବେ।”
ଶିଶୁଟି କହିଲା,” ସେ ଦେବଦୂତଙ୍କୁ
କଣ ବୋଲି ଆମେ କହିବୁ?”
ଈଶ୍ୱର କହିଲେ,” ସେ ଦେବ ଦୂତଙ୍କୁ
‘ମାଆ ‘ ବୋଲି ତୁ ଡାକିବୁ।.
………………………..
ଗୋଲୋକ ବିହାରୀ ବେହେରା
ଷଡ଼ଙ୍ଗୀ, ଢେଙ୍କାନାଳ
