ବଡଚଣା ପଞ୍ଚାୟତ ସମିତି ପ୍ରାକ୍ତନ ଅଧ୍ୟକ୍ଷଙ୍କ ସହ ଦୁଇ ଶହରୁ ଉର୍ଦ୍ଧ ଲୋକ ବିଜେଡି ଛାଡି ବିଜେପିରେ ମିଶିଲେ
ବଡଚଣା ପଞ୍ଚାୟତ ସମିତି ପ୍ରାକ୍ତନ ଅଧ୍ୟକ୍ଷଙ୍କ ସହ ଦୁଇ ଶହରୁ ଉର୍ଦ୍ଧ ଲୋକ ବିଜେଡି ଛାଡି ବିଜେପିରେ ମିଶିଲେ।
ବଡ଼ଚଣା : ବିଶ୍ୱର ସର୍ବ ବୃହତ ରାଜନୈତିକ ଦଳ ଭାରତୀୟ ଜନତା ପାର୍ଟିର ନେତା ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକ ପ୍ରୀୟତାକୁ ଆୟୁଧ କରି ଦୈନିକ ଶହ ଶହ ଲୋକ ଭାଜପାରେ ସାମିଲ ହେଉଛନ୍ତି। ଏହି କ୍ରମରେ ବଡଚଣା ନିର୍ବାଚନ ମଣ୍ଡଳୀର ଜନପ୍ରିୟ ବିଧାୟକ ଅମର କୁମାର ନାୟକଙ୍କ ବିକଶିତ ବଡଚଣା କାର୍ଯ୍ୟଧାରା ଆଗକୁ ନେବା ଲକ୍ଷ୍ଯ ନେଇ ଅନେକ ଲୋକ ବିଭିନ୍ନ ଦଳ ଛାଡି ଭାଜପାରେ ସାମିଲ ହେଉଛନ୍ତି।ଆଜି ଚଣ୍ଡିଖୋଲ ସ୍ଥିତ ଦଳୀୟ କାର୍ଯ୍ୟାଳୟ ଠାରେ ବଡଚଣା ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ଭାଗ୍ୟଧର ମଲିକ, ବ୍ଲକ ବିଜେଡି ସାଧାରଣ ସମ୍ପାଦକ ରବିନ୍ଦ୍ର ପ୍ରଧାନ, ଛତିଆ ଗ୍ରାମ ପଞ୍ଚାୟତ ବିଜେଡି ସଭାପତି ତୁଷାର ରଞନ ପଣ୍ଡା,ୱାର୍ଡ ସଭ୍ଯା ସସ୍ମିତା ସାମନ୍ତରାୟ,ଦିପକ ସାହୁଙ୍କ ସହ ଦୁଇ ଶହରୁ ଉର୍ଦ୍ଧ କାର୍ଯ୍ୟକର୍ତ୍ତା ମିଶ୍ରଣ ପ୍ରକ୍ରିୟାରେ ସାମିଲ ହୋଇଥିଲେ।ସେହିପରି ଚମ୍ପାପୁର ଗ୍ରାମ ପଞ୍ଚାୟତରୁ ୫୦ରୁ ଉର୍ଦ୍ଧ୍ବ ଛାମୁଆ ନେତୃତ୍ବ ବିଜେଡି,କଂଗ୍ରେସ ଦଳ ଛାଡି ଭାଜପାରେ ସାମିଲ ହୋଇ ଥିଲେ।ବିଧାୟକ ଶ୍ରୀ ନାୟକ ସମସ୍ତଙ୍କୁ ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଇ ସ୍ୱାଗତ କରିଥିଲେ।ଛତିଆ ମଣ୍ଡଳ ସଭାପତି ବିଶ୍ଵଜିତ ସାମଲଙ୍କ ସଭାପତିତ୍ବ ଓ ଜିଲ୍ଲା ଉପ ସଭାପତି ପ୍ରମୋଦ କୁମାର ଜେନାଙ୍କ ସଞ୍ଚାଳନରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ଭାଜପା ଜିଲ୍ଲା ସମ୍ପାଦକ ବିକାଶ ମହାପାତ୍ର, ପଞ୍ଚାୟତ ସମିତି ଅଧ୍ୟକ୍ଷା ମିନତୀ ସେନାପତି,ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଗଣେଶ୍ଵର ବରାଳ,ବ୍ଲକ ଉପାଧ୍ୟକ୍ଷ ବିଭାସ ଚନ୍ଦ୍ର ନନ୍ଦ, ଜିଲ୍ଲାପରିଷଦ ସଭ୍ଯ ଅରବିନ୍ଦ ସାମଲ, ଯଚିନ୍ଦ୍ର ନାୟକ,ସାସଂଦ ଙ୍କ ପ୍ରତିନିଧି ରବିନ୍ଦ୍ର ରାଉତ, ଚମ୍ପାପୁର ସରପଞ୍ଚ ସୁଲୋଚନା ପ୍ରଧାନ,ସମିତି ସଭ୍ଯ ସତ୍ୟବ୍ରତ ବିଶ୍ୱାଳ ପଞ୍ଚାୟତ ପ୍ରମୂଖ ରଞନ ସାହୁ,କୃଷ୍ଣ ଚନ୍ଦ୍ର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।
