ବଡଗଡ ବନ ବିଭାଗ କୁ ମିଳିଛି ବଡ଼ ସଫଳ
କାଠ ଚୋରା ଚାଲାଣ ବେଳେ ମାଡ଼ିବସିଲା ବନ ବିଭାଗ । ଗଞ୍ଜାମ ଜିଲ୍ଲା ବଡଗଡ ବନବିଭାଗର ସୁରୁଖଦେଇ ଗ୍ରାମ ନିକଟରେ ଶାଗୁଆନ ଓ ପିଆଶାଳ କାଠ ବୋଝେଇ ପୀକପ ଭେନ ଗାଡ଼ି ଜବତ କରିଛି ବନ ବିଭାଗ। ବିଶେଷସୂତ୍ରରୁ ଖବର ପାଇ ବଡଗଡ ରେଞ୍ଜର ଅଞ୍ଜନ କୁମାର ନାଏକଙ୍କ ସହ ଏକ ଟିମ୍ ପେଟ୍ରୋଲିଂ କରିଥିଲେ । ପେଟ୍ରୋଲିଂ ବେଳେ ସୋରଡ଼ା ରୁ ବଡଗଡ ଅଭିମୁଖେ ଏକ ଧଳା ରଙ୍ଗର ମେକ୍ସ ପିକାପ ଗାଡ଼ି ଯାଉଥିବା ବେଳେ ଗାଡ଼ି କୁ ଅଟକାଇ ଯାଞ୍ଚ କରିଥିଲେ । ଯାଞ୍ଚ କଲା ବେଳେ ଦେଖିଲେ ସେଥିରେ 30 ସିଫ୍ଟ କାଠ ପଟା ,ସାଇଜ ଥିବା ଯାହାର ଆନୁମାନିକ ମୂଲ୍ୟ ପଇଚାଳିସ ହଜାର ଟଙ୍କା ହେବ ବୋଲି ଅନୁମାନ କରାଯାଉଥିବା ବେଳେ ମେକ୍ସ ପିକପ୍ ଗାଡ଼ି କୁ ମଧ୍ୟ ଜବତ କରିଛି ବନବିଭାଗ।ଏହି ଭଳି କାର୍ଯ୍ୟ କୁ ଦେଖି କାଠ ମାଫିଆ ଙ୍କ ନିଦ ହଜିବାରେ ଲାଗିଲାନି l
ଗଞ୍ଜାମ ସୋରଡ଼ା ରୁ ନାରାୟଣ ଡାକୁଆ ଙ୍କ ରିପୋର୍ଟ
