10 ଏକର ଜମିର ଗଞ୍ଜେଇ ଚାଷ ନଷ୍ଟ କରିଲା ବଡଗଡ ପୋଲିସ ଓ ଅବକାରୀ ବିଭାଗ

10 ଏକର ଜମିର ଗଞ୍ଜେଇ ଚାଷ ନଷ୍ଟ କରିଲା ବଡଗଡ ପୋଲିସ ଓ ଅବକାରୀ ବିଭାଗ ।-ଗଞ୍ଜାମ ଜିଲ୍ଲା ବଡଗଡ ଥାନା ଅଧୀନରେ ସାବା ପଞ୍ଚାୟତ ଖାରିପଲ୍ଲି ଠାରେ 10 ଏକର ଜମିରେ ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି । ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧ୍ୟକ୍ଷ ଶୁଭେନ୍ଦୁ ପାତ୍ର ଙ୍କ ନିର୍ଦ୍ଦେଶ କ୍ରମେ ଆସିକା ସଡିପିଓ ଗିରିଜା ଶଙ୍କର ପଟ୍ଟନାୟକ ଙ୍କ ତତ୍ବାବଧାନରେ ବଡଗଡ ଥାନା ଅଧିକାରୀ ସନ୍ତୋଷ କୁମାର ବେହେରା ଆସିକା ଥାନା ଅଧିକାରୀ, ବେଲଗାଁ ଥାନା ଅଧିକାରୀ,ଶେରଗଡ଼ ଥାନା ଅଧିକାରୀ ସହ ଦୁଇ ପ୍ଲାଟୁନ ପୋଲିସ ଓ ଅବକାରୀ ବିଭାଗ ମିଳିତ ଏକ ଟିମ୍ ଗଠନ କରାଯାଇ ଚଢାଉ କରାଯାଇଥିଲା । ଏଥିରେ 10 ଏକର ଜମିରେ ଲାଗିଥିବା ଗଞ୍ଜେଇ ଗଛ କାଟି ସଫା କରାଯାଇଛି ଯାହାର ଆନୁମାନିକ ମୂଲ୍ୟ ଏକ କୋଟି ଟଙ୍କା ହେବ କହିଛନ୍ତି ଆସିକା ସଡିପିଓ ଗିରିଜା ଶଙ୍କର ପଟ୍ଟନାୟକ ।

Leave a Reply

Your email address will not be published. Required fields are marked *