ବହୁବନ୍ଧ ସରକାରୀ (ଏସ ଏସ ଡି) ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ’ କନ୍ୟାତ୍ମିକା’ ଅନୁଷ୍ଠିତ
ବହୁବନ୍ଧ ସରକାରୀ (ଏସ ଏସ ଡି) ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ’ କନ୍ୟାତ୍ମିକା’ ଅନୁଷ୍ଠିତ
ଉଦଳା, ତା ୩/୪(ନିପ୍ର) : ସରକାରୀ (ଏସ ଏସ ଡି) ବାଳିକା ଉଚ୍ଚ ବିଦ୍ୟାଳୟ ବହୁବନ୍ଧର ବାର୍ଷିକ ଉତ୍ସବ ଓ ସମ୍ୱର୍ଦ୍ଧନା ସଭା ଗତ ବୁଧବାର ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବ୍ରଜ ମୋହନ ମାଝିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ପ୍ରକଳ୍ପ ପ୍ରଶାସକ ଶ୍ରୀଯୁକ୍ତ ନରେନ୍ଦ୍ର ଖମାରୀ, ସ୍ଵତନ୍ତ୍ର ଅତିଥି ଭାବରେ ଉଦଳା ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡ. ଯତୀନ କୁମାର ମହାକୁଡ଼, ମୁଖ୍ୟ ବକ୍ତା ଭାବରେ ମେଘାସନ ମହାବିଦ୍ୟାଳୟର ଦର୍ଶନ ଶାସ୍ତ୍ର ପ୍ରାଧ୍ୟାପକ ଡ଼. ରମେଶ ଚନ୍ଦ୍ର ନାୟକ, ସମ୍ମାନୀତ ଅତିଥି ଭାବରେ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ମନମୋହନ ମହାପାତ୍ର, ଶ୍ରୀଯୁକ୍ତ ପ୍ରଦୀପ କୁମାର ପଶା, ପୂର୍ବତନ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଅକ୍ଷୟ କୁମାର ପ୍ରଧାନ,ବହୁବନ୍ଧ ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ପ୍ରତିଭା ମଞ୍ଜରୀ ପରିଡ଼ା ଓ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀଯୁକ୍ତ କାଶ୍ରାଏ ମୁର୍ମୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଅତିଥି ଙ୍କ ପରିଚୟ ପ୍ରଦାନ କରି କରିଥଲେ ସହକାରୀ ଶିକ୍ଷୟିତ୍ରୀ ପୁଷ୍ପଲତା ଚୌଧୁରୀ ।

ଅତିଥି ମାନଙ୍କ ଦ୍ଵାରା ଉତ୍କଳର ବରେଣ୍ୟ ବର ପୁତ୍ର ମଧୁସୂଦନ ଦାସ, ଗୋପବନ୍ଧୁ ଦାସ ଆଦିଙ୍କ ଫୋଟ ଚିତ୍ରରେ ମାଲ୍ୟାର୍ପଣ ସହିତ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରିଥିଲେ । ଅନୁଷ୍ଠାନର କନ୍ୟାରତ୍ନମାନେ ସ୍ଵାଗତ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରିଥିଲେ । ଏହି ଅବସରରେ ଛାତ୍ରୀ ମାନେ କିପରି ଅଧ୍ୟୟନ କରିବେ ଓ ବିଦ୍ୟାଳୟର ଗୌରବ ବୃଦ୍ଧି କରିବା ସହିତ ଦେଶର ନାଁ ରଖି ପାରିବେ ଏବଂ ଶିକ୍ଷା କୁ ଅସ୍ତ୍ର କରି ସଫଳତା ପାଇ ପାରିବେ ସେନେଇ ମୁଖ୍ୟ ଅତିଥି ଓ ଅନ୍ୟ ଅତିଥିମାନେ ଉଦବୋଧନ ଦେଇଥିଲେ। ବିଦ୍ୟାଳୟର ସର୍ବାଧିକ କୋଡ଼ିଏ ବର୍ଷ କାଳ ଶିକ୍ଷାଦାନ କରିଥିବା ପୁର୍ବତନ ଶିକ୍ଷୟିତ୍ରୀ ତଥା ବହୁବନ୍ଧ ଆଶ୍ରମ ବିଦ୍ୟାଳୟର କାର୍ଯ୍ୟରତ ପ୍ରଧାନ ଶିକ୍ଷୟିତ୍ରୀ ପ୍ରତିଭା ମଞ୍ଜରୀ ପରିଡ଼ାଙ୍କୁ ବିଦ୍ୟାଳୟ ତରଫରୁ ଉତ୍ତରୀୟ ସହ ମାନ ପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଖୋ ଖୋ ପାଇଁ ଓଡ଼ିଶା ଦଳ କୁ ସଫଳ କରିଥିବା ରୁ ପ୍ରଧାନ ଶିକ୍ଷକ ବ୍ରଜ ମୋହନ ମାଝିଙ୍କୁ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କର୍ମଚାରୀ ଛାତ୍ରୀ ଓ ଅବିଭାବକ ମାନେ ସମ୍ବର୍ଦ୍ଧିତ କରିଥିଲେ । ଏହା ପରେ ଅତିଥି ମାନେ କୃତ୍ତି ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରିଥଲେ। ଶେଷରେ ଶିକ୍ଷୟିତ୍ରୀ ଶ୍ରୀମତୀ ଅନୁରାଧା ବେହେରା ଧନ୍ୟବାଦ ଜ୍ଞାପନ ଅର୍ପଣ କରିଥିଲେ । ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କୁ ବିମୋହିତ କରିଥଲେ ।
