ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ମହାପ୍ରଭୁଙ୍କ ବାହୁଡା ଯାତ୍ରା ଅନୁଷ୍ଠିତ

– ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ମହାପ୍ରଭୁଙ୍କ ବାହୁଡା ଯାତ୍ରା ଅନୁଷ୍ଠିତ ହୋଇ ଯାଇଛି । ସେହିପରି ଜଗତସିଂହପୁର ଜିଲ୍ଲା ବିରିଡି ବ୍ଳକ ଅନ୍ତର୍ଗତ ଧ୍ୟାନକୁଦ ଜଗନ୍ନାଥ ମନ୍ଦିରରେ ପବିତ୍ର ବାହୁଡାଯାତ୍ରା ଅନୁଷ୍ଠିତ ହୋଇ ଯାଇଛି । ଜନ୍ମ ବେଦୀରେ 9 ଦିନ ଲୀଳାଖେଳା ଶେଷ କରି ଆଜି ଗୁଣ୍ଡିଚା ମନ୍ଦିର ରୁ ରତ୍ନବେଦୀ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ ମହାପ୍ରଭୁ । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରମୋଦ କୁମାର ନନ୍ଦି ଠାକୁର ରାଜା ଭାବେ ଯୋଗ ଦେଇ ଛେରାପହଁରା କରିବା ପରେ ରଥ ଟଣା ଆରମ୍ଭ ହୋଇ ଥିଲା। ଏହି ରଥଯାତ୍ରା ରେ ଜିଲ୍ଲା ର ପ୍ରାୟ 20 ହଜାର ରୁ ଉର୍ଦ୍ଧ୍ବ ଭକ୍ତ ସାମିଲ ହୋଇଥିଲେ । ଭକ୍ତ ଓ ଭଗବାନଙ୍କର ମିଳନକୁ ନେଇ ଭକ୍ତ ମାନେ ବେଶ ଉତ୍ସାହିତ ଥିବା ଦେଖାଯାଇଛି । ତେବେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇ ଥିବାର ଦେଖା ଯାଇଥିଲା ।

ଜଗତସିଂହପୁର ରୁ ରୀତା ସାହୁ

Leave a Reply

Your email address will not be published. Required fields are marked *