ବିପଦ ସଙ୍କେତ ଟପିଲା ବୈତରଣୀ, ସ୍ଥିତି ପରଖିଲେ ମାନ୍ୟବର ମନ୍ତ୍ରୀ ସୂର୍ଯ୍ୟ ବଂଶୀ ସୁରଜ
Date:- 26/07/2025Place:- bhadrak :- ଭଦ୍ରକ: ବଢୁଛି ବୈତରଣୀର ଜଳ ସ୍ତର । ଅପରାହ୍ଣ ୩ଟା ସୁଦ୍ଧା ଆଖୁପଦା ନିକଟରେ ବନ୍ୟାଜଳ ୧୮.୫୦ ମିଟରରେ ପ୍ରବାହିତ ହେଉଛି । ଭଣ୍ଡାରିପୋଖରୀ ବ୍ଲକର ଆଖୁଆପଦା ଠାରେ ମନ୍ତ୍ରୀ ସୂର୍ଯ୍ୟ ବଂଶୀ ସୁରଜ ପହଞ୍ଚି ସ୍ଥିତି ପରଖିଛନ୍ତି। ସେ ଜଳସେଚନ ବିଭାଗର ଯନ୍ତ୍ରୀ, କାର୍ଯ୍ୟ ନିର୍ବାହ ଯନ୍ତ୍ରୀ ଓ ବିଭାଗୀୟ ଅଧିକାରୀ ଉପସ୍ଥିତିରେ ଆଲୋଚନା କରି ସ୍ଥିତି ଅନୁଧ୍ୟାନ କରିବା ସହ ବ୍ଲକ୍ ଉନ୍ନୟନ ଅଧିକାରୀ ଓ ପଞ୍ଚାୟତ ସମିତି ଉପସ୍ଥିତରେ ଆଲୋଚନା କରିଛନ୍ତି । ପ୍ରଭାବିତ ଅଞ୍ଚଳର ଜନ ଜୀବନ ସୁରକ୍ଷା ସହ ସୁଖିଲା ଖାଦ୍ୟ, ଆବଶ୍ୟକ ମେଡିସିନ ପ୍ରସ୍ତୁତ ରଖିବାକୁ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।

ତହସିଲଦାର ଓ ରାଜସ୍ଵ ଅଧିକାରୀ ମାନଙ୍କୁ ପ୍ରସ୍ତୁତ ରହିବା ନେଇ ନିର୍ଦ୍ଦେଶ ଦେବା ସହ ଜିଲ୍ଲାପାଳ ଭଦ୍ରକ, ଜିଲ୍ଲା ଉନ୍ନୟନ ଅଧିକାରୀ ସମେତ ଜିଲ୍ଲା ଅଗ୍ନି ଶ୍ରମ ବିଭାଗ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି । ପ୍ରଭାବିତ ଅଞ୍ଚଳରେ ଆଗୁଆ ସ୍ଥିତି ଅନୁଧ୍ୟାନ କରି ସାଧାରଣ ଜନତାଙ୍କ ଜୀବନ ଜୀବିକା ବଞ୍ଚାଇବା ସହ ପ୍ରଭାବିତ ଅଞ୍ଚଳରେ ଆଗୁଆ ସତର୍କତା ସହ ସମସ୍ତ ପ୍ରକାରର ସରକାରୀ ବ୍ୟବସ୍ଥା କରିବା ପାଇଁ ଆଲୋଚନା କରିଛନ୍ତି।
