ବିଶ୍ବହିନ୍ଦୁ ପରିଷଦ, ବଜରଙ୍ଗଦଳ ସମ୍ମିଳନୀ
ବିଶ୍ବକୁ ଏକାଠି କରିବାକୁ ହେଲେ ହିନ୍ଦୁ ସମାଜ ଜାଗ୍ରତ ହେବାକୁ ପଡିବ ବୋଲି ରାଜ୍ୟ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟ ବଂଶୀ ସୁରଜ ଗୁରୁତ୍ବ ଆରୋପ କରିଛନ୍ତି।ଭଦ୍ରକ ସହିଦ ସ୍ମୃତି ଭବନ ଟାଉନ ହଲ ଠାରେ ବିଶ୍ବ ହିନ୍ଦୁ ପରିଷଦ ପକ୍ଷରୁ ବଜରଙ୍ଗ ଦଳ ର ଜିଲ୍ଲା ସମ୍ମିଳନୀରେ ମନ୍ତ୍ରୀ ଯୋଗ ଦେଇ ଏହା କହିବା ସହ ଜାମୁ କାଶ୍ମୀର ର ପହଲଗାମ୍ ରେ ଆତଙ୍କବାଦୀଙ୍କ ଆକ୍ରମଣରେ ନିରୀହ ହିନ୍ଦୁ ମାନଙ୍କ ପ୍ରାଣହାନି ଘଟି ଥୂବାରୁ ଅମର ଆତ୍ମାର ସୂଦ୍ଗତି ପାଇଁ ୨ ମିନିଟ୍ ନିରବ ପ୍ରାର୍ଥନା କରାଯାଇ ଥିବା ବେଳେ ମନ୍ତ୍ରୀ କହୁଥିଲେ ଆତଙ୍କବାଦୀ ଙ୍କ ବିଲୋପ ପାଇଁ ଯୁବ ଗୋଷ୍ଟି ମାନେ ଜାଗ୍ରତ ହେବା, ହିନ୍ଦୁ ସାମ୍ରାଜ୍ୟ କୁ ଏକଜୁଟ କରି ଭାତୁଭାବ, ଭାଇଚାରା, ସନାତନ ଧର୍ମ, ଜଗନ୍ନାଥ ସଂସ୍କୃତି, ହିନ୍ଦୁ ସମାଜ ନିଜର ପରାକାଷ୍ଠା ବଜାୟ ରଖିବା, ଦେଶର ଅଖଣ୍ଡତା, କୁ ବଜାୟ ରଖିବା କୁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ। ଏହି ସମ୍ମିଳନୀରେ ପରିଷଦର ସଭାପତି କାହ୍ନୁ ଚରଣ ସିଂହ ଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଉତ୍ସବରେ ପରିଷଦର ରାଜ୍ୟ ସମ୍ପାଦକ ମହେଶ ସାହୁ, ପ୍ରଚାରକ ବିପିନ ବିହାରୀ ପଣ୍ଡା, ସମ୍ପାଦକ ବସନ୍ତ ରାଉତ, ବିଜୟ ଦାସ, ପ୍ରସନ୍ନ ଷଡଙ୍ଗୀ, ପ୍ରମୁଖ ଙ୍କ ସମେତ ଜିଲ୍ଲାର ଶତାଧିକ କାର୍ଯ୍ୟ କର୍ତ୍ତା ଓ କର୍ମୀ ଯୋଗ ଦେଇଥିଲେ।
