ପଣା ସଂକ୍ରାନ୍ତି ଅବସରରେ ବଜରଙ୍ଗ ଦଳ ପକ୍ଷରୁ ପଣା ବଣ୍ଟନ କାର୍ଯ୍ୟକ୍ରମ

ରାଇକିଆ ୧୪/୨୫-ଓଡ଼ିଆ ନବବର୍ଷ ଓ ପଣା ସଂକ୍ରାନ୍ତି ଅବସରରେ ରାଇକିଆ ବସ ଷ୍ଟାଣ୍ଡ ଠାରେ ବିଶ୍ୱ ହିନ୍ଦୁ ପରିଷଦ,ବଜରଙ୍ଗ ଦଳ, ବସଷ୍ଟାଣ୍ଡ କମିଟି ର ମିଳିତ ଆନୁକୂଲ୍ୟରେ ଏକ ସାମାଜିକ ଓ ସେବାମୂଳକ କାର୍ଯ୍ୟକ୍ରମ “ପଣା ବଣ୍ଟନ କାର୍ଯ୍ୟକ୍ରମ” ଆୟୋଜନ କରାଯାଇଛି।ଏହି କାର୍ଯ୍ୟକ୍ରମରେ ଅଞ୍ଚଳ ବାସୀ , ବସ ଯାତ୍ରୀ ମାନଙ୍କୁ ବଜରଙ୍ଗ ଦଳ ସଦସ୍ୟମାନେ ପଣା ବଣ୍ଟନ କରି ଲୋକମାନଙ୍କୁ ଓଡ଼ିଆ ନବବର୍ଷ ଓ ପଣା ସଂକ୍ରାନ୍ତିର ଶୁଭେଚ୍ଛା ଜଣାଇଥିଲେ।ଏହି ପ୍ରୟାସ ମାଧ୍ୟମରେ ବଜରଙ୍ଗ ଦଳ ସେବା, ସଂସ୍କୃତି ଓ ମାନବତାର ବିକାଶରେ ଗରିମାମୟ ଭୂମିକା ନିଭାଇଛି। ଏହି ପ୍ରକାରର ଉଦ୍ୟମ ସମାଜରେ ସଦଭାବ, ଏକତା ଓ ସାଂସ୍କୃତିକ ଗରିମାକୁ ଅଗ୍ରସର କରେ।ଏହି କାର୍ଯ୍ୟକ୍ରମ ରେ ରାଇକିଆ ସାଂସଦ ପ୍ରତିନିଧି ସନ୍ତୋଷ କୁମାର ଲେଙ୍କା, ରାଇକିଆ ସରପଞ୍ଚ ଶ୍ରୀମତୀ ଗୀତାଞ୍ଜଳି ନାୟକ, ରାଇକିଆ ବିଜେପି ମଣ୍ଡଳ ସଭାପତି ସନ୍ତୋଷ ପାତ୍ର, ନାୟବ ସରପଞ୍ଚ ନିଥାଏଲ ନାୟକ, ଦୀପକ ମହାରଣା, ନାରାୟଣ ଅlଚର୍ଯ୍ୟ, ଦିପୁନ ପଣ୍ଡା, ଚିଣ୍ଟୁ ପାଣିଗ୍ରାହୀ, ଶ୍ୟମସୁନ୍ଦର ସାହୁ, ବାଦଲ ସାହୁ, ବିପିନ ପଣ୍ଡା, ରାଜକିଶୋର ପ୍ରଧାନ, ମିନି ନାୟକ, ମିଟୁ ବିଶ୍ୱାଳ, ବ୍ରଜ କିଶୋର ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମ କୁ ସଫଳ କରିଥିଲେ

Leave a Reply

Your email address will not be published. Required fields are marked *