ଜଗତସିଂହପୁର ରେ ବଜରଙ୍ଗ ଦଳ ପକ୍ଷରୁ ଚଢ଼ାଉ ,୮୦ କେଜି ରୁ ଉର୍ଦ୍ଧ୍ବ ଗୋମାଂସ ଜବତ ସହ ଜଣେ ଗିରଫ
Date-11/10/25*ଜଗତସିଂହପୁର ରେ ବଜରଙ୍ଗ ଦଳ ପକ୍ଷରୁ ଚଢ଼ାଉ*୮୦ କେଜି ରୁ ଉର୍ଦ୍ଧ୍ବ ଗୋମାଂସ ଜବତ ସହ ଜଣେ ଗିରଫଆଙ୍କର- ଜଗତସିଂହପୁର ସ୍ଥିତ ଗାଲୁପଡା ଛକ ନିକଟରୁ ବଜରଙ୍ଗ ଦଳ ପକ୍ଷରୁ ଚଢ଼ାଉ କରି ୮୦ କେଜିରୁ ଉର୍ଦ୍ଧ୍ବ ଗୋ ମାଂସ ଜବତ । ଜଗତସିଂହପୁର ସହରରେ ଥିବା ବିଭିନ୍ନ ହୋଟେଲ ସପ୍ଲାଏ ହେବାକୁ ଯାଉଥିବା ବେଳେ ମାଡି ବସିଲେ ବଜରଙ୍ଗ ଦଳର କର୍ମୀ । ଜଗତସିଂହପୁର ପୋଲିସ ପକ୍ଷରୁ ଜଣେ ଅଭିଯୁକ୍ତ ଅଟକ । ଅଟକ ଯୁବକ ହେଲେ ଜୋତ ଗ୍ରାମର ସେକ ଜାକିର । ତେବେ ସୂଚନା ଅନୁଯାୟୀ ଦୀର୍ଘ ଦିନ ହେବ ଜଗତସିଂହପୁର ଜିଲ୍ଲାରେ ଗୋମାଂସ ଚାଲାଣ ହେଉଥିବା ଅଭିଯୋଗ ହୋଇ ଆସୁଥିବା ବେଳେ ଆଜି ବଜରଙ୍ଗ ଦଳ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ଏଥିରେ ଗୋଟିଏ ସ୍କୁଟି ରେ ଗୋମାଂସ ଯାଉଥିବା ବେଳେ ବଜରଙ୍ଗ ଦଳ ମାଡି ବସି ପୋଲିସ କୁ ଖବର ଦେଇଥିଲେ । ତେବେ ଘଟଣା ସ୍ଥଳରେ ପୋଲିସ ପହଁଚି ଗୋମାଂସ ଜବତ କରିବା ସହିତ ଗୋଟିଏ ସ୍କୁଟି ଓ ଜଣେ ବ୍ୟକ୍ତିଙ୍କୁ ଗିରଫ କରି ଅଧିକ ତଦନ୍ତ ଚଳାଇଛି ।
