ବାଲିଘାଟ ଉପରେ ଅତର୍କିତ ଚଢ଼ାଉ
ବାଲିଘାଟ ଉପରେ ଅତର୍କିତ ଚଢ଼ାଉ, ଅଡଚାଳିଶ ହାଇୱା ସହିତ ୬ ଜଣ ଅଟକ
ତିର୍ତ୍ତୋଲ ତହସିଲ ଅଧୀନ କିଳିପାଳ ବାଲିଘାଟରେ କେନ୍ଦ୍ରାଞ୍ଚଳ ଡିଆଇଜିଙ୍କ ଅଚାନକ ଚଢ଼ାଉ, ୩ ପ୍ରୋକଲିନ ମେସିନ,୪୩ ହାଇୱା ସହିତ ୬ ଜଣ ଅଟକ | ସୂଚନା ଅନୁସାରେ ନିର୍ଧାରିତ ସୀମା ଠାରୁ ମାତ୍ରାଧିକ ବାଲି ଉଠାଣ ଅଭିଯୋଗ ପାଇ ଗତକାଲି ବିଳମ୍ବିତ ରାତ୍ରିରେ କେନ୍ଦ୍ରାଞ୍ଚଳ ଡିଆଇଜି, ଜିଲ୍ଲପାଳ ଜଗତସିଂହପୁର ଏସପି ଜଗତସିଂହପୁର, ଅତିରିକ୍ତ ଜିଲ୍ଲାପାଳ, ଏସଡିପିଓ ତିର୍ତ୍ତୋଲ ଙ୍କ ସମେତ ଜିଲ୍ଲା ପ୍ରଶାସନର ଏକାଧିକ ଅଧିକାରୀ କିଳିପାଳ ବାଲିଘାଟ ରେ ଅଚାନକ ଚଢ଼ାଉ କରିବା ସମୟରେ ବେଆଇନ ବାଲି ଉତ୍ତୋଳନ ହେଉଥିବା ନେଇ ହାଇୱା ସହିତ ପ୍ରୋକଲିନ ମେସିନ ଏବଂ ୫ ଜଣ ଡ୍ରାଇଭରଙ୍କ ସମେତ ଜଣେ ଅପରେଟର ଙ୍କୁ ଅଟକ ରଖିଥିଲେ | ପରେ ପରେ ଘଟଣା ସ୍ଥଳରେ ଜିଲ୍ଲା ମାଇନିଙ୍ଗ ଅଧିକାରୀ, ଆରଟିଓ ଅଧିକାରୀ ପହଞ୍ଚି ଗାଡି ଗୁଡିକ ଯାଞ୍ଚ କରିଥିଲେ | ଖବର ସଂଗ୍ରହ ବେଳକୁ ଜବତ ସମସ୍ତ ଗାଡି ଘାଟରେ ଥିବା ବେଳେ ଗୋଟେ ପ୍ଲାଟୁନ ପୋଲିସ ଘାଟରେ ଜଗି ରହିଥିଲେ | ଅନ୍ୟପକ୍ଷରେ ଟିପର ମାଲିକ ସଙ୍ଘ ତରଫରୁ ଏହାକୁ ବିରୋଧ କରାଯିବା ସହିତ ପ୍ରଶାସନର ଏଭଳି ପଦକ୍ଷେପ କୁ ଦୃଢ଼ ଭାବେ ନିନ୍ଦା କରାଯାଇଛି |
ଅପରାହ୍ନ ରେ ଜିଲ୍ଲାପ୍ରଶାସନ ତରଫରୁ ବାଲିଘାଟ କୁ ବନ୍ଦ କରିବା ସହିତ ଘାଟରେ ଥିବା ଘରକୁ ଭାଙ୍ଗି ଦିଆଯାଇଥିଲା |
