ବଳଙ୍ଗା ପିଡୀତା ନ୍ୟାୟ ଦାବିରେ କୋଣାର୍କରେ ହରତାଳ

ବଳଙ୍ଗା ପିଡୀତା ନ୍ୟାୟ ଦାବିରେ କୋଣାର୍କରେ ହରତାଳ
କୋଣାର୍କ – ବିଜୁ ଜନତା ଦଳ ନିର୍ଦ୍ଦେଶକ୍ରମେ ଦଳ ପକ୍ଷରୁ ମୃତ ବଳଙ୍ଗା ପିଡୀତାଙ୍କ ନ୍ୟାୟ ଦାବିରେ ଗୁରୁବାର ପୂର୍ବାହ୍ନରେ କୋଣାର୍କରେ ହରତାଳ କରାଯାଇଥିଲା। ନଗର ବିଜେଡ଼ି ସଭାପତି ଗୋପାଳ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ଆୟୋଜିତ ଏହି ହରତାଳ କାର୍ଯ୍ୟକ୍ରମ ସକାଳ ୬ରୁ ୧୨ ଟା ପର୍ଯ୍ୟନ୍ତ ୬ଘଣ୍ଟା ଧରି ଚାଲିଥିଲା। ବିଜେଡ଼ି କର୍ମୀମାନେ ବାଇକ୍ ଶୋଭାଯାତ୍ରାରେ କୋଣାର୍କ ବଜାର ଓ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ସହ ସରକାରୀ କାର୍ଯ୍ୟାଳୟ ବନ୍ଦ କରିଥିଲେ। ଶାନ୍ତିପୂର୍ଣ୍ଣ ଭାବେ କୋଣାର୍କ ବନ୍ଦ ହୋଇଥିଲା। ନିମାପଡ଼ା ବ୍ଲକ ବଳଙ୍ଗା ପିଡୀତାଙ୍କ ପରିବାରକୁ ନ୍ୟାୟ ପ୍ରଦାନ ସହ ସଂପୃକ୍ତ ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଧରିବାକୁ ବିଜେଡ଼ି ତରଫରୁ ପୁରୀ ଜିଲ୍ଲା ବନ୍ଦ ଡାକରା ଦିଆଯାଇଥିଲା। ଏହି ଅବସରରେ କୋଣାର୍କ ଏନଏସି ଅଧକ୍ଷା ସଂଯୁକ୍ତା ତ୍ରିପାଠୀ, ୧୨ ନମ୍ବର୍ ଜୋନ୍ ଜିଲ୍ଲା ପରିଷଦ ସଭ୍ୟା ପୁଷ୍ପା ରାଣୀ ସ୍ବାଇଁଙ୍କ ସମେତ ସ୍ଥାନୀୟ ଶତାଧିକ କର୍ମୀ ମାନେ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *