ବଳରାମ ରଥ ଙ୍କ ନିଷ୍ଠାପର ସମାଜସେବା

Date-17/02/26ନା ବଳରାମ ରଥ,ପେଷା ଓକିଲାତି ନିଶା ସମାଜସେବା,ବିଭିନ୍ନ ମହଲରୁ ସ୍ୱାଗତ- ଜଗତସିଂହପୁର ଜିଲ୍ଲା ର ଜଣେ ଉଚ୍ଚ ଶିକ୍ଷିତ ତଥା ଆଇନିଜୀବୀ ବଳରାମ ରଥ ନାମରେ ପରିଚିତ । ତାଙ୍କର ପେଷା ଓକିଲାତି ଓ ନିଶା ସମାଜସେବା । ଯାହା କରି ଦେଖାଇଛନ୍ତି ବଳରାମ ରଥ । ନିଜ ପୁଅର ସ୍ବାସ୍ଥ୍ୟ ସମସ୍ୟା କୁ ନେଇ ସେ ଚିନ୍ତାରେ ଥିବା ବେଳେ ଜଗତସିଂହପୁର ଜିଲ୍ଲାର ବିଅଁଳ ଗତେଶ୍ୱର ମହାଦେବ ଆଶୀର୍ବାଦ ରୁ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଛନ୍ତି । ସେହି ଦିନ ଠାରୁ ବଳରାମ ରଥ ଥାଲାସେମିଆ ଓ ଭୀର୍ଣ୍ଣକ୍ଷମ ମାନଙ୍କୁ ବିଭିନ୍ନ କ୍ଷେତ୍ରରେ ସାହାର୍ଯ୍ୟ କରି ଆସୁଛନ୍ତି । ଜାହାଇ ଉଦାହରଣ ହେଉଛି ଜଣେ ଭୀର୍ଣ୍ଣକ୍ଷମଙ୍କୁ ଜଗତସିଂହପୁର ସାଂସଦ ଙ୍କ କରକମଳରେ ଏକ ବେଟାରୀ ଚାଳିତ ଟ୍ରାଇ ସାଇକେଲ ପ୍ରଦାନ କରାଯାଇଛି । କେବଳ ସେତିକି ନୁହେଁ ପାୟ 30 ରୁ ଉର୍ଦ୍ଧ୍ବ ଭୀର୍ଣ୍ଣକ୍ଷମଙ୍କୁ ମଧ୍ୟ ସେ ଏହି ସାଇକେଲ ପ୍ରଦାନ କରିଛନ୍ତି । ଯାହାକୁ ନେଇ ବିଭିନ୍ନ ମହଲରେ ସ୍ୱାଗତ କରାଯିବା ସହିତ ତାଙ୍କର ଏହି ଉଦ୍ୟମ କୁ ପ୍ରଶଂସା କରାଯାଇଛି ।

Leave a Reply

Your email address will not be published. Required fields are marked *