ବାଲଡା ବକ୍ସାଇଟ ଖନନ …ପାହାଡ଼ ପାରିପାର୍ଶ୍ବିକ ଦୁଇ ପଞ୍ଚାୟତରେ ଶାନ୍ତିପୂର୍ଣ୍ଣ ପଲ୍ଲୀ ସଭା ଓ ଗ୍ରାମସଭା ଶେଷ।
ବାଲଡା ବକ୍ସାଇଟ ଖନନ …ପାହାଡ଼ ପାରିପାର୍ଶ୍ବିକ ଦୁଇ ପଞ୍ଚାୟତରେ ଶାନ୍ତିପୂର୍ଣ୍ଣ ପଲ୍ଲୀ ସଭା ଓ ଗ୍ରାମସଭା ଶେଷ।ନନ୍ଦପୁର,ବହୁ ଚର୍ଚ୍ଚିତ ବାଲଡ଼ା ବକ୍ସାଇଟ ଖନନ ନେଇ ପାହଡ଼ ପାରିପାର୍ଶ୍ବିକ ଦୁଇ ପଞ୍ଚାୟତ ବାଲଡ଼ା ଓ ଅତଣ୍ଡା ଗ୍ରାମ ପଞ୍ଚାୟତ ରେ ଶାନ୍ତିପୂର୍ଣ୍ଣ ପଲ୍ଲୀ ସଭା ଓ ଗ୍ରାମସଭା ଶେଷ ହୋଇଯାଇଛି। ସୂଚିତ ଯେ ଉଭୟ ଦୁଇ ଗ୍ରାମ ପଞ୍ଚାୟତ ପକ୍ଷରୁ ପୂର୍ବ ବିଜ୍ଞପ୍ତି ଅନୁସାରେ ଉଭୟ ପଞ୍ଚାୟତ ପକ୍ଷରୁ ଜଙ୍ଗଲ ଅଧିକାର ସ୍ଵୀକୃତି ଆଇନ ୨୦୦୬ ଅଞ୍ଜାଇ ଅନୁଷ୍ଠିତ ହେବା ଏଥିରେ କଳିଙ୍ଗ ଆଲୁମିନା ଲିମିଟେଡ ର ଜଙ୍ଗଲ ଜମିକୁ ଅବ ଜଙ୍ଗଲ ଜମି ରୂପେ ବ୍ୟବହାର କରି ଖଣି ଓ ଖନନ ବିଷୟରେ ଆଲୋଚନା ନେଇ ଦିନ ତାରିଖ ଧାର୍ଯ୍ୟ କରାଯାଇ ଗୁରୁବାର ଧାର୍ଯ୍ୟ ତାରିଖ ଓ ସମୟ ନିର୍ଘଣ୍ଟ ରେ ଉଭୟ ପଞ୍ଚାୟତ କାର୍ଯ୍ୟlଳୟ ପରିସରରେ ସରପଞ୍ଚ ଙ୍କ ଅଧ୍ୟକ୍ଷତାରେ ଗ୍ରାମସଭା ଅନୁଷ୍ଠିତ ହୋଇଥିଲା।

ବାଲଡ଼ା ଗ୍ରାମ ପଞ୍ଚାୟତ ରେ ସରପଞ୍ଚ ବିକ୍ରମ ସୀସା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ଅତଣ୍ଡା ଗ୍ରାମ ପଞ୍ଚାୟତ ରେ ସରପଞ୍ଚ ସହଦେବ ସୀସା ଅଧ୍ୟକ୍ଷତା କରିଥିଲେ। ଉକ୍ତ ଗ୍ରାମ ସଭାରେ ଗୁଡିକରେ ଶତାଧିକ ବୁଦ୍ଧିଜୀବୀ ଓ ଯୁବ ଗୋଷ୍ଟିଁ ସମ୍ମିଳିତ ହୋଇ ଖଣି ଖନନ ଦ୍ଵାରା ଅଞ୍ଚଳ ପାଇଁ ଦେଖାଯିବା କୁ ଥିବା ସୁବିଧା ଓ ଅସୁବିଧା ଉଭୟ ପର୍ଶ୍ୱକୁ ନେଇ ଆଲୋଚନା କରିବା ସହ କମ୍ପାନୀ କର୍ତ୍ତୃପକ୍ଷ ଖଣି ଖନନ ପାହାଡ ପାରିପାର୍ଶ୍ବିକ ଗ୍ରାମ ପଞ୍ଚାୟତ ଗୁଡ଼ିକର ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ସହ ଯୁବଗୋଷ୍ଟିଙ୍କ ହାତକୁ କାମ ଉପରେ ପ୍ରାଥମିକତା ଦେଇ କାର୍ଯ୍ୟକାରୀ କରିବାକୁ ସହମତ ପ୍ରକାଶ କରିଥିଲେ।
