ବାଲେଶ୍ବର କଲେଜ ଛାତ୍ରୀ ନିର୍ଯ୍ୟାତନା ଘଟଣା ରେ ଶିକ୍ଷା ମନ୍ତ୍ରୀ ଙ୍କ ଇସ୍ତଫା ଦାବି କଲା ଯୁବ ଛାତ୍ର କଂଗ୍ରେସ
*ବାଲେଶ୍ବର କଲେଜ ଛାତ୍ରୀ ନିର୍ଯ୍ୟାତନା ଘଟଣା ରେ ଶିକ୍ଷା ମନ୍ତ୍ରୀ ଙ୍କ ଇସ୍ତଫା ଦାବି କଲା ଯୁବ ଛାତ୍ର କଂଗ୍ରେସ
*ମୁଖ୍ୟମନ୍ତ୍ରୀ ଓ ଶିକ୍ଷା ମନ୍ତ୍ରୀ ଙ୍କ କୁଶପୁଳିକା ଦାହ
ଆଙ୍କର- ଗତକାଲି ବାଲେଶ୍ବର ଫକୀର ମୋହନ ସ୍ୱୟଂ ଶାସିତ ମହାବିଦ୍ୟାଳୟ ରେ ଘଟିଥିବା ଅଘଟଣ ର ଶିକାର ହୋଇ ଭୁବନେଶ୍ୱର ଏମ୍ସ ରେ ଚିକିତ୍ସା ହେଉଥିବା ପୀଡ଼ିତା ସୌମଶ୍ରୀ ଙ୍କ ଉପରେ ଯେଉଁଭଳି ଭାବରେ ନିର୍ଯ୍ୟାତନା ଦିଆଯାଇଛି ତାର ପ୍ରତିବାଦ ରେ ଆଜି ଜଗତସିଂହପୁର କଲେଜ ଛକ ନିକଟରେ ଯୁବ ଛାତ୍ର କଂଗ୍ରେସ ପକ୍ଷରୁ ଶିକ୍ଷା ମନ୍ତ୍ରୀ ଙ୍କ ଇସ୍ତଫା ଦାବି କରାଯାଇଛି । ଏହାର ପ୍ରତିବାଦରେ ଯୁବ କଂଗ୍ରେସ ଛାତ୍ର ମାନେ ମୁଖ୍ୟମନ୍ତ୍ରୀ ଓ ଶିକ୍ଷା ମନ୍ତ୍ରୀ ଙ୍କ କୁଶପୁଳିକା ଦାହ ମଧ୍ୟ କରିଛନ୍ତି । ତେବେ ଜିଲ୍ଲା କଂଗ୍ରେସ ମଧ୍ୟ ଏହାକୁ ନିନ୍ଦା କରିବା ସହିତ ଗିରଫ ହୋଇ ଥିବା ଅଧ୍ୟକ୍ଷ ଓ ଅଧ୍ୟାପକ ଙ୍କ ବିରୁଦ୍ଧରେ ରାଜ୍ୟ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ।
ଜଗତସିଂହପୁର ରୁ Rita ସାହୁ
