ମୁକୁଳା ପଡ଼ିଛି ବାଲିଦୋକାନ ସ୍ବାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର

କୋଣାର୍କ,୧୫.୦୧- ପୁରୀ ଜିଲ୍ଲା କୋଣାର୍କ ନିକଟସ୍ଥ ବାଲିଦୋକନ ଵଜାରରେ ଦୀର୍ଘ ୫୦ ବର୍ଷ ଧରି ଥିବା ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ତଥା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ବ୍ୟାପକ ସମସ୍ୟା ଭିତରେ ଗତି କରୁଥିବା ଦେଖିବାକୁ ମିଳୁଛି। ବିଶେଷ କରି ଜମିଜମା ସମସ୍ୟା ସମାଧାନ ହୋଇ ପାରି ନଥିବା ଯୋଗୁଁ ମୁକୁଳା ପଡ଼ିଛି ବାଲିଦୋକାନ ସ୍ବାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର। ଯାହା ଫଳରେ ପାଚେରୀ ନଥିବାରୁ ବଢୁଛି ଅସାମାଜିକ ବ୍ୟକ୍ତିଙ୍କ ଅବାଧ ପ୍ରଵେଶ। ପ୍ରତ୍ୟେକ ଦିନ ଜମୁଛି ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡା। ଅସାମାଜିକ ବ୍ୟକ୍ତିମାନେ ଗଞେଇ ଓ ମଦ୍ୟପାନ ଆଦି କରୁଥିବା ସୂଚନା ମିଳେ । ବାରମ୍ଵାର କାକଟପୁର ତହସିଲ ପ୍ରଶାସନକୁ ମେଡ଼ିକାଲ ଅଧିକାରୀ ମାନେ ଅଭିଯୋଗ କରିଥିଲେ ମଧ୍ୟ ଜମି ସମସ୍ୟା ସମାଧାନ ହୋଇ ପାରିନଥିବା ବାଙ୍ଗୁରିଗାଁ ମେଡ଼ିକାଲ ସୂପରିଟେଡେଣ୍ଟ ଶାନ୍ତି ଭୂଷଣ ଜେନା ଓ ମେଡ଼ିକାଲ ଅଫିସର ଅବିନାଶ ସ୍ବାଇଁ କହିଛନ୍ତି। ଯାହା ଫଳରେ କିଛି ଅସାମାଜିକ ବ୍ୟକ୍ତି ନିଜ ଜମି କହି ମାଡ଼ି ବସିଲେଣି ସରକାରୀ ଜାଗା। ପୂର୍ତ୍ତ ରାସ୍ତା କଡ଼ରେ ଦୀର୍ଘ ବର୍ଷ ଧରି ଦୋକାନୀ ମାନେ ବ୍ୟବସାୟ କରୁଥିବା ବେଳେ ଅନ୍ୟ ତିନି ପଟେ ବ୍ୟକ୍ତିଗତ ଲୋକ ମାନେ ବସବାସ କରୁଥିବା ଦେଖିବାକୁ ମିଳିଛି।

ମେଡ଼ିକାଲ ଚାରିପଟେ ପାଚେରୀ ନଥିବାରୁ ଅସାମାଜିକ ବ୍ୟକ୍ତି, ଗୋରୁଗାଈ, ଛେଳି ମେଣ୍ଢା ଆଦି ପ୍ରବେଶ କରିବା ସହ ଚୋରୀ ଆଶଙ୍କା ରହୁଛି। ବିଗତ ଦିନରେ ଅନେକଥର ଚୋରୀ ହୋଇଥିବା ଦେଖିବାକୁ ମିଳିଛି। କାକଟପୁର ତହସିଲ ଅନ୍ତର୍ଗତ ଚିତ୍ରେଶ୍ଵରି ଆରଆଇ ସର୍କଲ ଖନ୍ଦୋଳ ମୌଜାର ଖାତା ୬୮୪ ଓ ପ୍ଲଟ ୨୪୩୩, ୩୯୦୦, ୨୩୬୧ ରକ୍ଷିତ ଅନାବାଦୀରେ ଏହି ମେଡ଼ିକାଲ ଅବସ୍ଥିତ। କିଛି ଅସାମାଜିକ ବ୍ୟକ୍ତି ମେଡ଼ିକାଲ ଚାରି ପଟୁ ମାଡି ଆସୁଛନ୍ତି। ତେଣୁ ତହସିଲ ପ୍ରଶାସନ ଏହାର ଜାଗା ଚିହ୍ନଟ କରି ମେଡ଼ିକାଲକୁ ପ୍ରଦାନ କଲେ ମେଡ଼ିକାଲ ଉନ୍ନତି କାର୍ଯ୍ୟ ହୋଇ ପାରିବ ଓ ପାଚେରୀ ନିର୍ମାଣ ପାଇଁ ଅର୍ଥରାଶି ଅନୁଦାନ ମିଳି ପାରିବ। ତେଣୁ ତୁରନ୍ତ ଏଥିପ୍ରତି ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ସାମାଜିକ କର୍ମୀ ଜ୍ଞାନ ରଞ୍ଜନ ବିଶ୍ଵାଳ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *