ପଞ୍ଚାୟତ ନିର୍ବାଚିତ ପ୍ରତିନିଧି ମାନଙ୍କୁ ବାଲିକୁଦା ବ୍ଲକ ବିଡ଼ିଓଙ୍କ ଦୁର୍ବ୍ୟବହାର

Date-21/08/25*ପଞ୍ଚାୟତ ନିର୍ବାଚିତ ପ୍ରତିନିଧି ମାନଙ୍କୁ ବାଲିକୁଦା ବ୍ଲକ ବିଡ଼ିଓଙ୍କ ଦୁର୍ବ୍ୟବହାର *ପ୍ରତିବାଦରେ ବ୍ଲକ ସରପଞ୍ଚ ଓ ସମିତି ସଭ୍ୟ ସଙ୍ଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନଆଙ୍କର- ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ବିଡିଓ ପଂଚାୟତ ନିର୍ବାଚିତ ପ୍ରତିନିଧି ଓ ବ୍ଲକ ର ଅଧ୍ୟକ୍ଷ ଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଏକ ସପ୍ତାହ ତଳେ ବାଲିକୁଦା ବ୍ଲକ ରେ ନୂତନ ଭାବେ ଯୋଗ ଦେଇ ଥିବା ବିଡିଓ ସାଗର ନନ୍ଦ ଙ୍କ ନାଁ ରେ ଏଭଳି ଅଭିଯୋଗ ଆସିଛି । ବ୍ଲକ ର୍ 30 ଟି ପଂଚାୟତ ର୍ ସରପଞ୍ଚ, ସମିତି ସଭ୍ୟ ଓ ବ୍ଲକ ର୍ ଅଧ୍ୟକ୍ଷ ଆଜି ବିଡିଓ ଙ୍କୁ ଦେଖା କରିବାକୁ ଯିବା ସହିତ ପଂଚାୟତ ର ଉନ୍ନୟନ ମୂଳକ କାର୍ଯ୍ୟ ବାବଦରେ ଆଲୋଚନା କରିବା ପାଇଁ ଯାଇଥିଲେ । ଏହି ସମୟରେ ବିଡିଓ ସେମାନଙ୍କୁ ଦୁର୍ବ୍ୟବହାର କରିବା ସହିତ ସମସ୍ତ କାର୍ଯ୍ୟ ବ୍ଳକ ର୍ ଜେଇ ଙ୍କ ମାଧ୍ୟମରେ ହେବ ବୋଲି କହିବା ସହିତ ଚୋର ବୋଲି କହିଥିବା ଅଭିଯୋଗ ହୋଇଛି । ତେବେ ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହିତ ସମସ୍ତ ଜନପ୍ରତିନିଧି ମାନେ ଜଗତସିଂହପୁର ଜିଲ୍ଲାପାଳ ଙ୍କୁ ଭେଟି ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । ତେବେ ଆସନ୍ତା 29 ତାରିଖ ମଧ୍ୟରେ ଏହାର ସମାଧାନ ନ ହେଲେ 29 ତାରିଖ ଠାରୁ ସମସ୍ତ ଜନପ୍ରତିନିଧି ସରପଞ୍ଚ, ସମିତି ସଭ୍ୟ ଓ ବ୍ଲକ ଅଧ୍ୟକ୍ଷ ବ୍ଲକ ପରିସର ମଧ୍ୟରେ ଥିବା ଗାନ୍ଧୀ ମୂର୍ତ୍ତି ନିକଟରେ ଅନଶନ ରେ ବସିବେ ବୋଲି ଚେତାବନୀ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *