ଆଠବର୍ଷ ଧରି ବାଲୁଙ୍କେଶ୍ୱର ରେଲୱେ ସଂଗ୍ରାମ ସମିତି ଇଟାମାଟି ଚମ୍ପତିପୁର ଆନ୍ଦୋଳନ କରିଆସୁଛି
ଚଂପତ୍ତିପୁର ଠାରେ ପସେଞ୍ଜର ହଲଟ ନ ହେଲେ ଆଇନିକୁ ହାତକୁ ନେବାକୁ ବାଧ୍ୟ ହେବୁ।ଦୀର୍ଘ ଆଠବର୍ଷ ଧରି ବାଲୁଙ୍କେଶ୍ୱର ରେଲୱେ ସଂଗ୍ରାମ ସମିତି ଇଟାମାଟି ଚମ୍ପତିପୁର ଆନ୍ଦୋଳନ କରିଆସୁଛି ଚମ୍ପତିପୁର ଠାରେ ଏକ ପସେଞ୍ଜର ହଲଟ ନିର୍ମାଣ ପାଇଁ । ବିଭିନ୍ନ ଉପାୟରେ ଯଥା ଦଶହଜାର ଦସଖତ, ରାସ୍ତା ରୋକ,ରେଳ ରୋକ, ବାରମ୍ବାର ରେଲୁଏ ଅଫିସର ଙ୍କୁ ଦେଖାକରିବା ସତ୍ତ୍ଵ କେହି ଶୁଣୁନାହାନ୍ତି। ଗତ ତା ୧୬/୧୨/୨୦୨୫ ରିଖରେ ସମିତିର ସଭାପତି ମନୋଜ କୁମାର ସାହୁ, ସମ୍ପାଦକ ନିରଞ୍ଜନ ସାଥୂଆ ଏବଂ ଉମେଶ ଚନ୍ଦ୍ର ପଟ୍ଟନାୟକ, ଗଙ୍ଗାଧର ନିଶଙ୍କ, ଶରତ ଚନ୍ଦ୍ର ବାଇ ସମସ୍ତେ ମିସି Divisional Railway manager East Coast Railway Khurdh Road junction ଏବଂ General Manager East Coast Railway Bhubaneswar ଙ୍କୁ ଆମର ଦାବିପତ୍ର ଦେଇଆସିଚୁ। ଯଦି ଚଂପତିପୁର ଠାରେ ପସେଞ୍ଜର ହଲଟ ନ କରିବେ ଆମେ ବାଧ୍ୟହେବୁ ପୁଣି ଥରେ ରେଳରୋକ କରିବା ପାଇଁ । ଚମ୍ପତିପୁର ଠାରେ ପସେଞ୍ଜର ହଲଟ ନିର୍ମାଣ ହେଲେ ଇଟାମାଟି , ଚମ୍ପତିପୁର, ପଣ୍ଡୁସର୍, ଲାଠିପଡା, ନଟୁଗାଁ, ସଜନାପଡା, ଗୁଣ୍ଠୁନି, ରାଣୀପଡା , ଶାଳଝରିଆ, ଗଦାଧରପ୍ରସାଦ, ସରଧାପୁର ପ୍ରଭୁତି ଗ୍ରାମପଞ୍ଚାୟତର ଜନସାଧାରଣ ରେଲଯାତ୍ରାର ସୁଯୋଗ ପାଇପାରିବେ। ବର୍ଷରେ ବାରମାସ ତେରପର୍ବ ଜଗନ୍ନାଥଙ୍କ ଯାନିଯାତ୍ରା, ପିତୃଶ୍ରାଦ୍ଧ, କାର୍ତ୍ତିକ ମାସର ହବିଷ ସେବା ଓ ଭକ୍ତମାନେ ରେଳଯୋଗେ ପୁରୀ ଯାଇଥାନ୍ତେ। ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରତିଦ୍ବନ୍ଦିତା ପରୀକ୍ଷା ଦେବାପାଇଁ ରେଲଯୋଗେ ବିଭିନ୍ନ ଜାଗାକୁ ଯାଇଥାନ୍ତେ ଏବଂ ବ୍ୟବସହି ଭାଇମାନେ ରେଲଯୋଗେ ବିଭିନ୍ନ ଜାଗାକୁ ବ୍ୟବସାୟ ପାଇଁ ଯାଇଥାନ୍ତି। କିନ୍ତୁ ଆମରାସ୍ତା ଦେଇ ରେଲ ଯାଉଥିଲେ ମଧ୍ୟ ଆମେ ରେଲ ସେବାରୁ ବଞ୍ଚିତ ହେଉଛୁ।
