ବାଉଁଶ ପାତିରେ ଡ଼ଷ୍ଟଵିନ” ପରିବେଶ ଅନୁକୂଳ

ବ୍ରହ୍ମପୁର – ପ୍ଲାଷ୍ଟିକ ଠାରୁ ପରିବେଶ ଅନୁକୂଳ ରହିବ ବାଉଁଶ ପାତିରେ ତିଆରି ବିଭିନ୍ନ କାରିଗରୀ ଘର ଉପ କରଣ ଜିନିଷ । ବ୍ରହ୍ମପୁର ସ୍ଥିତ ଗିରିରୋଡ଼, ମାଦାରୀ ସାହି ର,ମାଦାରୀ ଜାତିର ଉଚ୍ଚ ଶିକ୍ଷିତ ହେଲେ ମଧ୍ୟ ନିଜ କୌଳିକ ବୃତ୍ତି ଛାଡି ନାହାନ୍ତି ଶ୍ରୀନିବାସ ରାଓ। ସେ ମଧ୍ୟ ଆଇନଜୀବି ଅଛନ୍ତି । ବାଉଁଶ ପାତିରେ ଲୋକଙ୍କ ମନକୁ ଛୁଇଁ ଲା ଭଳି ବିଭିନ୍ନ ଘର ଉପକରଣ ଜିନିଷ ତିଆରି କରନ୍ତି, ସେଥିରୁ ସେ ତାଙ୍କ ପରିବାର ଚାଳନ୍ତି । ସେ ଫୁଲଦସ୍ତା,ବେଡ଼ ଲେମ୍ପ ସହ ଆହୁରି ବିଭିନ୍ନ ପ୍ରକାର ଘର ଉପକରଣ ଜିନିଷ ତିଆରି କରି ବିକ୍ରି କରୁଛନ୍ତି ।

ସେ କହୁଥିଲେ ବିଭିନ୍ନ ସରକାରୀ ତଥା ବେସରକାରୀ କାର୍ଯ୍ୟାଳୟ ଗୁଡିକରେ ଏହି ପ୍ଲାଷ୍ଟିକ ଡ଼ଷ୍ଟଵିନ ବ୍ୟବହାର ହେଲେ ଭଲ ହୁଅନ୍ତା । ଆମର ଜୋ କୌଳିକ ବୃତ୍ତି କରି ପେଟ ପୋସୁଛୁ , ବିବାହ ,ବ୍ରତ ସହ ମୁତ୍ଯୁ କାର୍ଯ୍ୟରେ ବ୍ୟବହାର ବାଉଁଶ ବ୍ୟବହାର ହେଉଛି । ତାହା ଚାହିଦା କମିବାରେ ଲାଗିଛି । ଏହି ପରି ହସ୍ତକଳାର ବାଉଁଶ କାରିଗରୀ ଘର ଉପକରଣ ବ୍ୟବହାର ହେଲେ ସେମାନଙ୍କ ବ୍ୟବସାୟ ଚାଲିବା ସହ ସେମାନେ ଚାଳିବାରେ କଷ୍ଟ ହେବ ନାହିଁ ବୋଲି ସେ ମତ ବ୍ୟକ୍ତ କଲେ ।

Leave a Reply

Your email address will not be published. Required fields are marked *