ଜିଲାନାସୀଠାରେ ମହାନଦୀରେ ବୋଇତ ବନ୍ଦାଣ ଉତ୍ସବ
କୁଜଙ୍ଗ-୫/୧୧-ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଳକ ଜିଲାନାସୀଠାରେ ମହାନଦୀରେ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଛି। ସାରଳା ମଣ୍ଡଳ କୈବର୍ତ୍ତ ମହାସଂଘର ସଭାପତି ଶ୍ରୀଯୁକ୍ତ ପ୍ରହ୍ଲାଦ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ବୋଇତ ବନ୍ଦାଣ ଉତ୍ସବର ଶୁଭ ଉଦଘାଟନ କରିଥିଲେ। ପୂର୍ବତନ ସଭାପତି ଶ୍ରୀ କୈଳାସ ବେହେରା, ସଂପାଦକ ଅମରେନ୍ଦ୍ର ଦାସ, ବ୍ଲକ ଉପାଧ୍ୟକ୍ଷା ଶ୍ରୀମତୀ ନୀନାରାଣୀ ସାହୁ, କମିଟିର ସାଧାରଣ ସଂପାଦକ ଅନିରୁଦ୍ଧ ବେହେରା, ଜିଲ୍ଲାନାସୀ ସରପଞ୍ଚ ଶ୍ରୀମତୀ ନଳୀନିପ୍ରଭା ପରିଡ଼ା ଏବଂ ମହାସଂଘ ଓ ବୋଇତ ବନ୍ଦାଣ ଉତ୍ସବ କମିଟିର ସମସ୍ତ କର୍ମକର୍ତ୍ତା ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ପାରମ୍ପରିକ ରୀତିରେ ସାଧବାଣୀମାନେ ସାଧବପୁଅଙ୍କୁ ବନ୍ଦାପନା କରି ନୈ।ବାଣୀଜ୍ୟ ଜଳଯାତ୍ରାରେ ଶୁଭ ମନାସି ଥିଲେ।

ଜିଲ୍ଲାନାସୀ, ତାଳଦଣ୍ଡା,ଅଗପାଳ ଓ କୁଜଙ୍ଗ ପଞ୍ଚାୟତର କୈବର୍ତ୍ତ ମହିଳା ଓ ପୁରୁଷ ବହୁ ସଂଖ୍ୟାରେ ଯୋଗଦେଇ ବୋଇତ ବନ୍ଦାଣ ଉତ୍ସବକୁ ଦେଖିଥିଲେ। ଏହି ଅବସରରେ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶଙ୍ଖନାଦ ବେହେରାଙ୍କ ସମେତ ଅନ୍ୟ କେତେଜଣ ଦିବଂଗତ ଜାତୀପୁଅଙ୍କୁ ମରୋଣତ୍ତର ସମ୍ମାନରେ ସମ୍ମାନିତ କରାଯାଇଥିଲା। କିଛି ପ୍ରତିଭାସମ୍ପନ୍ନ ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ବୋଇତ ବନ୍ଦାଣ ଉତ୍ସବରେ ଉପଢୌକନ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ମାନୀତ କରାଯାଇଥିଲା।
