ରଘୁନାଥପୁର ତହସିଲରେ ବନ୍ଦେ ମାତରମ ଜାତୀୟ ସଂଙ୍ଗୀତ ଗାନ କାର୍ଯ୍ୟକ୍ରମ।

ରଘୁନାଥପୁର ତା ୭/୧୧(-ଚଳିତ ବର୍ଷ ଶ୍ରୀ ବଙ୍କିମ ଚନ୍ଦ୍ର ଚାଟୋ ପାଧ୍ୟାୟ ଙ୍କ ଦ୍ଵାରା ଲିଖିତ ବନ୍ଦେ ମାତରମ ଭାରତର ଜାତୀୟ ଗୀତ ର ୧୫୦ ବର୍ଷ ପୂର୍ତ୍ତି ଅବସରରେ ସମସ୍ତ ସରକାରୀ କାର୍ଯ୍ୟାଳୟ ମାନଙ୍କ ରେ ଏହି ଗୀତ ଗାନ କରାଯିବାପାଇଁ ସରକାରଙ୍କ ନିର୍ଦ୍ଧେଶ ରହିଛି।ଏହି ଅବସରରେ ଜଗତସିଂହପୁର ଜିଲ୍ଲା ରଘୁନାଥପୁର ତହସିଲ କାର୍ଯ୍ୟାଳୟ ପରିଷରରେ ରେ ଶୁକ୍ରବାର ପୂର୍ବାହ୍ନ ରେ ତହସିଲଦାର ରାଜଲକ୍ଷ୍ମୀ ନାୟକଙ୍କ ନେତୃତ୍ୱରେ ବନ୍ଦେ ମାତରମ ଜାତୀୟ ଗୀତ ଗାନ କରାଯାଇଥିଲା।ଏଥିରେ କର୍ମଚାରୀ ଶାରଦା ପ୍ରସାଦ ନାୟକ,ସ୍ଵାଗତିକା ପଣ୍ଡା,ରାଜଶ୍ରୀ ରାଉତ,ସୁଶାନ୍ତ ଧାରୁଆ,ସୁଶାନ୍ତ କୁମାର ସ୍ବାଇଁ ଲିଜାରଣୀ ପରିଡା,ଅରବିନ୍ଦ ପଣ୍ଡାଙ୍କ ସମେତ ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ।ସେହିପରି ଏଠାରେ ବ୍ଲକ ତଥା ସମସ୍ତ ସରକାରୀ କାର୍ଯ୍ୟାଳୟ ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Leave a Reply

Your email address will not be published. Required fields are marked *