ଜଗତସିଂହପୁର ଜିଲ୍ଲା ବିଭିନ୍ନ ସରକାରୀ ଅନୁଷ୍ଠାନ ମାନଙ୍କରେ ବନ୍ଦେ ଉତ୍କଳ ଜନନୀ ଗାନ

ରାଜ୍ୟରେ ଆରମ୍ଭ ହୋଇଛି ଓଡ଼ିଆ ଅସ୍ମିତା ର ମହାପର୍ବ । ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଉଦଘାଟନ କରିଛନ୍ତି । ସେହି ପରିପ୍ରେକ୍ଷୀରେ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସରକାରୀ ଅନୁଷ୍ଠାନ ମାନଙ୍କରେ ଏହି ଉତ୍ସବ ପାଳିତ ହୋଇ ଯାଇଛି । ଜିଲ୍ଲା ବିରିଡି ବ୍ଲକ ସମ୍ମିଳନୀ କକ୍ଷରେ ଏହି ଉତ୍ସବ ପାଳନ କରାଯିବା ସହିତ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା । ବ୍ଲକ ଉନ୍ନୟନ ଅଧିକାରୀ ଡ଼ ବେବିତା ମଞ୍ଜରୀ ନାୟକ ସଭାପତିତ୍ୱ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ, ବ୍ଲକ ଅଧ୍ୟକ୍ଷ। ମମତା ପାତ୍ର, ଜିଲ୍ଲା ପରିଷଦ ସଭ୍ୟ, ବହୁ ସାହିତ୍ୟିକ ଓ କବି ମାନେ ଉପସ୍ଥିତ ରହି ରାଜ୍ୟ ସରକାରଙ୍କ ଏହି କାର୍ଯ୍ୟକ୍ରମ କୁ ସ୍ୱାଗତ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ର ମହାସଙ୍ଗମ ଘଟିଛି ବୋଲି ଅତିଥିମାନେ କହିଛନ୍ତି ।

ଜଗତସିଂହପୁର ରୁ Rita ସାହୁ reporter

Leave a Reply

Your email address will not be published. Required fields are marked *